ଯାଜପୁର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆହ୍ବାନ କ୍ରମେ ଆଜି ଶତାଧିକ ବ୍ୟକ୍ତି ଆଜି ଦଶରଥପୁର ବ୍ଲକ ଅଧିନସ୍ଥ କାଟିଆ ଛକରୁ ଏକ ଲାଲ ପତାକା ସୁସଜ୍ଜିତ ଶୋଭା ଯାତ୍ରା ଜନସମସ୍ୟା ଦାବି ସମ୍ବଳିତ ସ୍ଲୋଗାନ ଦେଇ ଦଶରଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ପହଞ୍ଚିଥିଲା। ବର୍ଷିୟାନ କୃଷକ ନେତା ସନାତନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ କମିଟି ର ସମ୍ପାଦକ ଏସ ଶତପଥୀ,ଜିଲ୍ଲା ସହ ସମ୍ପାଦକ ଅଭୟ କୁମାର ପଣ୍ଡା, ବିଜୟ କୁମାର ନାୟକ,ଚୌଧୁରୀ ଜେନା,ଶିକ୍ଷକ ନେତା ନିରଞ୍ଜନ ବିଶ୍ବାଳ,ଦୁର୍ଯ୍ୟୋଧନ ବାରିକ,ସୁରେନ୍ଦ୍ର ମଲ୍ଲିକ,ମଳୟ କୁମାର ପଣ୍ଡା ଉଦବୋଧନ ଦେଇଥିଲେ।ରାଧେଶ୍ୟାମ ରାଉତ,ଲକ୍ଷ୍ମୀକାନ୍ତ ବାରିକ,ପୁରସ୍ତମ ବେହେରା,ବନମାଳୀ ଦାସ,ପ୍ରାଣକୃଷ୍ଣ ଦଳାଇ ,ବଂଶୀଧର ଦାସ,ପୂର୍ଣ୍ଣ ଜେନା,ବିଷ୍ଣୁ ଚରଣ ଦାସ,ରମେଶ ବେହୁରାଙ୍କ ସମେତ ଶତାଧିକ କୃଷକ,କ୍ଷେତ ମଜଦୂର,ମହିଳା,ଯୁବ,ଛାତ୍ର ଶୋଭାଯାତ୍ରା ରେ ଯୋଗଦେଇଥିଲେ। ଶେଷ ରେ ଏକ ପ୍ରତି ନିଧି ଦଳ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆକାଶ ପଟ୍ଟନାୟକ ଙ୍କୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ଗୁଡ଼ିକ ନିର୍ବାଚନ ପୂର୍ବରୁ ବିଜେପି ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ। ସମସ୍ତ ବାର୍ଦ୍ଧକ୍ୟ,ବିଧବା,ଭିନ୍ନ କ୍ଷମ ଙ୍କୁ ୩୦୦୦ଟଙ୍କା ଭତ୍ତା ତୁରନ୍ତ ପ୍ରଦାନ ,୩୧୦୦ଟଙ୍କା କୁଣ୍ଟାଲ ପ୍ରତି ମୂଲ୍ୟରେ ସମସ୍ତ ଚାଷୀ ଧାନ କ୍ରୟ କରିବା ସହ କଟିନ, ଛଟିନ ବନ୍ଦ କରିବା,ପ୍ରଦୂଷଣ ନାମ ରେ ନିରୀହ ଗାଡ଼ି ଚାଳକ ଙ୍କ ଠାରୁ ଜୋରିମାନା ନାମ ରେ ଶୋଷଣ ବନ୍ଦ କରିବା,ପ୍ରକୃତ ପ୍ରଦୂଷଣ ସୃଷ୍ଟି କରୁଥିବା କାରଖାନ ପୁଞ୍ଜିପତି ମାନଙ୍କ ଉପରେ ଦୃଢ଼ ଆଇନ ଲାଗୁ କରିବା,ଟାଟା କମ୍ପାନୀ ର ସ୍ମାର୍ଟ ମିଟର ମାଧ୍ୟମ ରେ ବିଜୁଳି ଉପଭୋକ୍ତା ମାନଙ୍କୁ ଶୋଷଣ ବନ୍ଦକରିବା ସହ ୩୦୦ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଛାଡ଼ କରିବା ,ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କୁ ବ୍ୟବସାୟ କରଣ ବନ୍ଦ କରିବା,ମହିଳା,ଦଳିତ,ଆଦିବାସୀ ଓ ସଂଖ୍ୟା ଲଘୁ ଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ବନ୍ଦା କରିବା,ଗୋରକ୍ଷକ ଓ ହିନ୍ଦୁ ସମ୍ମିଳନୀ ନାମରେ ସାମ୍ପ୍ରଦାୟିକ ବିଦ୍ୟୋଷ କୁ ବନ୍ଦ କରିବା ଦାବି ପତ୍ରରେ ଉଲ୍ଲେଖ ଥିଲା।









