17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୩ ରାଜ୍ୟରେ ସାଂପ୍ରଦାୟିକ ଉତ୍ତେଜନା, ୧୪୦ ଗିରଫ

୩ ରାଜ୍ୟରେ ସାଂପ୍ରଦାୟିକ ଉତ୍ତେଜନା, ୧୪୦ ଗିରଫ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ପାଳନକୁ କେନ୍ଦ୍ରକରି ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ସାନି ସାଂପ୍ରଦାୟିକ ଉତ୍ତେଜନା ଘଟିଥିବା ଜଣାପଡିଛି । ପୁଲିସ ଏହି ଘଟଣାରେ ମୋଟ ୧୪୦ ଜଣଙ୍କୁ ଗିରଫ କରିଛି । ତିନିଟି ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ କଟକଣା ମଧ୍ୟ ଲାଗୁ କରାଯାଇଛି । ଏହି ତିନି ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଥିବାରୁ ପ୍ରାୟ ୩୦୦ ଲୋକଙ୍କ ବିରୋଧରେ ଏତଲା ଦାଏର କରାଯାଇଛି ।

ଏପ୍ରିଲ ୯ ଓ ୧୦ରେ ରାମନବମୀ ଉପଲକ୍ଷେ ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ସାଂପ୍ରଦାୟିକ ଉତ୍ତେଜନା ଘଟିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ଶନିବାର ଉତ୍ତରାଖଣ୍ଡ, ଆନ୍ଧ୍ର ଓ କର୍ଣ୍ଣାଟକ ଉପରେ ଏହାର ପ୍ରଭାବ ପଡିଛି । ରବିବାର ଉତ୍ତରାଖଣ୍ଡର ରୁର୍‌କି ସହରରେ ହିନ୍ଦୁ ଶୋଭାଯାତ୍ରା ଉପରକୁ ଟେକାପଥର ମାଡ କରାଯିବାରୁ ୧୧୪ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି ଏବଂ ୯ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଆନ୍ଧ୍ର ଓ କର୍ଣ୍ଣାଟକରେ ଶତାଧିକ ଲୋକଙ୍କୁ ଗିରଫ କରାଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking