ଭୁବନେଶ୍ୱର : ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିର ଆଇନ ଅଣାଯିବ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସ୍ୱତ୍ତ୍ୱଲିପି ନେଇ ଗଠନ ହେବ କମିଶନ । ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠନ ହେବ । ଦୁଇ ମାସ ଭିତରେ କମିଶନ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ ସ୍ୱତ୍ତ୍ୱଲିପି ଲାଗୁ ହେବ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେବାୟତଙ୍କୁ ଆଇନ ମନ୍ତ୍ରୀଙ୍କ କଡା ଚେତାବନୀ ଦେଇଛନ୍ତି । କୌଣସି ଦ୍ୱନ୍ଦ୍ୱ ଥିଲେ ମ୍ୟାନେଜମେଣ୍ଟକୁ ଜଣାନ୍ତୁ । ମହାପ୍ରଭୁଙ୍କ ନୀତିରେ ତ୍ରୁଟି ହେଲେ ଗ୍ରହଣ କରାଯିବନି । ସେବା ପୂଜାରେ ବ୍ୟାଘାତ ସୃଷ୍ଟି ନକରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ନଚେତ ସରକାର କଠୋର କାଯ୍ୟାନୁଷ୍ଠାନ ନେବେ କହିଛନ୍ତି ଆଇନ ମନ୍ତ୍ରୀ ।