28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶପୁଣି ବଢ଼ିଲା କମର୍ସିଆଲ୍ ଗ୍ୟାସ ମୂଲ୍ୟ

ପୁଣି ବଢ଼ିଲା କମର୍ସିଆଲ୍ ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ:  ପାର୍ବଣ ସମୟରେ ଗ୍ରାହକଙ୍କୁ ବଡ଼ ମହଙ୍ଗା ଝଟ୍‌କା ଦେଇଛନ୍ତି କେନ୍ଦ୍ର ସରକାର । ଅକ୍ଟୋବର ମାସ ପହିଲାରୁ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି ସରକାର । ୧୯ କେଜି ସିଲିଣ୍ଡର ମୂଲ୍ୟରେ ୪୮.୫୦ ଟଙ୍କା ବୃଦ୍ଧି କରାଯାଇଛି । ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ସରକାର କୌଣସି ପରିବର୍ତ୍ତନ କରିନଥିବାରୁ ଏହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିଛି । ଅନ୍ୟପକ୍ଷେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁ ହୋଟେଲ,ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି । ଇଣ୍ଡିଆନ୍ ଅଏଲ୍‌ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଏଣିକି ଉପଲବ୍ଧ ହେବ । ଆଜିଠାରୁ ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ପ୍ରକାଶ, ପ୍ରତି ମାସର ପହିଲାରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ । ଏହାପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ଅଗଷ୍ଟ ମାସରେ ୮ରୁ ୯ ଟଙ୍କା ବୃଦ୍ଧି ପାଇଥିଲା । ତେବେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି । ପୂର୍ବ ପରି ଏହା ୮୩୦ ଟଙ୍କାରେ ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking