ବୋଗୋଟା : ଲାଟିନ ଆମେରିକୀୟ ରାଷ୍ଟ୍ର କଲମ୍ବିଆରେ ସୋମବାର ଦୁଇ ଗରିଲା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ ଜଣ ପ୍ରାଣ ହରାଇଛନ୍ତି । ଆହତ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆରାଉକା ପ୍ରଦେଶ ଗଭର୍ଣ୍ଣରଙ୍କ ସୂଚନା ମୁତାବକ ନ୍ୟାସନାଲ ଲିବେରସନ ଆର୍ମି ଓ ଏଫ୍ଏଆର୍ସି ଗରିଲା ଗ୍ରୁପ୍ ମଧ୍ୟରେ ସଂଘର୍ଷ ଘଟିଥିଲା । ଆଜକୁ ଦୀର୍ଘଦିନ ଧରି କଲମ୍ବିଆରେ ଇଏଲଏନ୍, ଇଏମ୍ସି ଓ ଏଫ୍ଏଆର୍ସି ଗରିଲା ଗ୍ରୁପ୍ ବେଶ ସକ୍ରିୟ ରହିଛନ୍ତି ।