17.1 C
Bhubaneswar
Saturday, February 14, 2026
Homeଓଡିଶାକଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା କୁସାସରୁ ଜଙ୍ଗଲରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ଛାତ୍ରୀ ଜଣକ ପିନ୍ଧିଥିବା ଯୁନିଫର୍ମରୁ ସେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ଜଣାପଡିଛି। ମୃତଦେହ ପାଖରେ ଛାତ୍ରୀଙ୍କ ବ୍ୟାଗ ଓ ମୋବାଇଲ ଫୋନ ରହିଛି। ଛାତ୍ରୀ ଜଣକ ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତର ବୋଲି ଜଣାପଡିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(୧୧/୨୪) ରୁଜୁ ହୋଇଥିବାବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି। ପୁଲିସ ଏ ଦିଗରେ ତଦନ୍ତ ଚଳାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଟିକାବାଲି ଥାନା ଲାଇନପଡା ଅଞ୍ଚଳର ଜଣେ ଯୁବକଙ୍କୁ ବର୍ଷେ ତଳେ ଭଲପାଇ ତାଙ୍କ ସାଙ୍ଗରେ ଚାଲିଯାଇଥିଲେ। ପରେ ପରିବାର ଲୋକେ ବୁଝାଶୁଝା କରିବା ସହ ଝିଅକୁ ଘରକୁ ନେଇଆସିଥିଲେ। ଚଳିତ ବର୍ଷ ପାଠ ପଢିବା ପାଇଁ ପରିବାର ଲୋକେ ତାଙ୍କୁ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଅନ୍ୟପଟେ ପରିବାର ଲୋକେ ଝିଅର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking