ସିଇସିଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ: ସିଇସି
ଭୁବନେଶ୍ୱର, : ରାଜ୍ୟରେ ବର୍ତମାନ ଜାରି ରହିଥିବା ଅତ୍ୟଧିକ ଶୀତ ଲହରୀ ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଲାଗି ରହିବ ଏବଂ ଏହା ପରେ ଡିସେମ୍ବର ୨୪ ତାରିଖ ଠାରୁ ରାତିର ତାପମାତ୍ରା କିଛିଟା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।
ଭାରତର ଉତର-ପଶ୍ଚିମ ଦିଗରୁ ଉପର ଓ ନିମ୍ନ ବାୟୁମଣ୍ଡଳରେ ପ୍ରବାହିତ ପବନ ଏବଂ ନିର୍ମଳ ଆକାଶ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ସହାୟକ ହେଉଛି ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଉତର-ପଶ୍ଚିମ ବାୟୁର ପ୍ରଭାବ ହେତୁ ସମୁଦ୍ରରୁ ପବନ ସ୍ଥଳ ଭାଗକୁ ଆସିପାରୁ ନଥିବା ମଧ୍ୟ ଏକ କାରଣ ବୋଲି ସେ କହିଛନ୍ତି ।
ଡିସେମ୍ବର ୨୪ ତାରିଖ ଠାରୁ ରାତିର ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ବୃଦ୍ଧି ପାଇପାରେ । ଡିସେମ୍ବର ୨୬ ତାରିଖ ଠାରୁ ରାତିର ତାପମାତ୍ରା ବୃଦ୍ଧି ଆହୁରି ଅଧିକ ହୋଇପାରେ ଓ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ କୁହୁଡି ସୃଷ୍ଟି ହେବା ସହ ପଶ୍ଚିମ ଏବଂ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ଡିସେମ୍ବର ୨୯ ଓ ୩୦ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଉତର ଏବଂ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ କାରଣରୁ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ନୂଆ ବର୍ଷରେ ଆକାଶ ମେଘାଚ୍ଛନ୍ନ ରହିପାରେ ବୋଲି ସେ କହିଛନ୍ତି ।
ଭୁବନେଶ୍ୱର, ୨୧/୧୨ : ରାଜ୍ୟରେ ବର୍ତମାନ ଜାରି ରହିଥିବା ଅତ୍ୟଧିକ ଶୀତ ଲହରୀ ଆଗାମୀ ୪୮ ଘଂଟା ପର୍ୟ୍ୟନ୍ତ ଲାଗି ରହିବ ଏବଂ ଏହା ପରେ ଡିସେମ୍ବର ୨୪ ତାରିଖ ଠାରୁ ରାତିର ତାପମାତ୍ରା କିଛିଟା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।