26.1 C
Bhubaneswar
Friday, July 5, 2024
Homeଦେଶ ବିଦେଶ୧୭ କୋଟିର କୋକେନ୍ ଜବତ, ୧ ଗିରଫ

୧୭ କୋଟିର କୋକେନ୍ ଜବତ, ୧ ଗିରଫ

ନୂଆଦିଲ୍ଲୀ : ଗୁଇନ୍ଦା ରାଜସ୍ୱ ବିଭାଗ ଅଧିକାରୀମାନେ ଗୁରୁବାର ନୂଆଦିଲ୍ଲୀ ଏୟାରପୋର୍ଟରୁ ଜଣେ କେନିୟା ନାଗରିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୬୯୮ ଗ୍ରାମ ଓଭନର କୋକେନ୍ ଜବତ କରିଛନ୍ତିି । ଆନ୍ତର୍ଜାତିକ ମାର୍କେଟରେ ଏହାର ଅନୁମାନିକ ମୂଲ୍ୟ ୧୭ କୋଟି ଟଙ୍କା ହେବ । ଅଭିଯୁକ୍ତ ନିକଟରୁ ମୁମ୍ବାଇ ଯିବାକୁ ବିମାନ ଟିକଟ ମଧ୍ୟ ଜବତ କରାଯାଇଛି । ଏହି ଡ୍ରଗ୍‌ସ ମୁମ୍ବାଇରେ ହସ୍ତାନ୍ତର କରାଯିବାର ଯୋଜନା ଥିଲା ବୋଲି କୁହାଯାଇଛି ।

କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍‌, ୨୮ ଅସୁସ୍ଥ
ଗୁଜରାଟର ବାରୁଚ୍ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗୁରୁବାର ବିଷାକ୍ତ ବ୍ରୋମିନ୍ ଗ୍ୟାସ୍ ଲିକ୍ ହେବାଫଳରେ ୨୮ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ଉକ୍ତ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିଯୋଗୁଁ ଗ୍ୟାସ୍ ଲିକ୍ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପାଚେରୀ ଭାଙ୍ଗି ରିଜିଜୁଙ୍କ କ୍ୱାର୍ଟରରେ ପଶିଗଲା କାର୍‌
ବୁଧବାର ନିୟନ୍ତ୍ରଣ ହରାଇଥିବା ଏକ କାର୍ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ କ୍ରିଷ୍ଣମେନନ ରୋଡ୍‌ସ୍ଥିତ ସରକାରୀ ବାସଭବନର ପାଚେରୀ ଭାଙ୍ଗି ପଶିଯାଇଥିବା ଜଣାପଡିଛି । ପାଚେରୀ ସହ ଧକ୍କା ହେବାପରେ ଜୋରରେ ସାଇରନ୍ ବାଜିବାରୁ ସୁରକ୍ଷାକର୍ମୀମାନେ ତତ୍ପର ହୋଇପଡିଥିଲେ । ଡ୍ରାଇଭର ରହିମ ଖାନ୍‌ଙ୍କ କହିବା ଅନୁଯାୟୀ ପରିବାର ଲୋକଙ୍କ ସହ ସେ ହରିୟାଣାର ନୁହ୍ ସହରକୁ ଯାଉଥିଲେ । ତେବେ ପଛରୁ ଆସୁଥିବା ଏକ ବସ୍ ଧକ୍କା ଦେବାରୁ ସେ ନିୟନ୍ତ୍ରଣ ହରାଇଥିଲେ ଏବଂ କାର୍‌ଟି ନିୟନ୍ତ୍ରଣ ହରାଇ ପାଚେରୀ ସହ ମାଡ ହୋଇଥିଲା । ରହିମଙ୍କୁ ପଚରା ଉଚୁରା କରିବାପରେ ପୁଲିସ ଛାଡିଦେଇଥିବା ଜଣାପଡିଛି । ରିଜିଜୁ ବର୍ତ୍ତମାନ ମୋଦୀଙ୍କ କ୍ୟାବିନେଟ୍‌ରେ ଆର୍ଥ ସାଇନ୍ସ ବିଭାଗ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।

ଜେଡିୟୁର ୯୮ ଜଣିଆ ଜାତୀୟ କାର୍ଯ୍ୟକାରୀ କମିଟି
୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ପକ୍ଷରୁ ଗୁରୁବାର ୯୮ ଜଣିଆ ଜାତୀୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂହ ଏସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏହି ତାଲିକାରୁ ବାଦ ପଡିଥିବା ଜଣାପଡିଛି । ହରିବଂଶଙ୍କ ବ୍ୟତୀତ ଲୋକସଭା ଓ ରାଜ୍ୟସଭା ସାଂସଦ ଥିବା ଅନ୍ୟ ଜେଡିୟୁ ନେତାଙ୍କ ସମେତ ନୀତୀଶ କୁମାରଙ୍କ କ୍ୟାବିନେଟ୍‌ର ସବୁ ମନ୍ତ୍ରୀଙ୍କୁ କମିଟିରେ ସାମିଲ କରାଯାଇଛି । ବର୍ତ୍ତମାନ ଜେଡିୟୁର ଲୋକସଭାରେ ୧୬ ଓ ରାଜ୍ୟସଭାରେ ୫ ସାଂସଦ ଅଛନ୍ତି । ସୂଚନଯୋଗ୍ୟ କିଛିଦିନ ପୂର୍ବେ କଂଗ୍ରେସ ପକ୍ଷରୁ ୩୯ ଜଣିଆ ଜାତୀୟ କାର୍ଯ୍ୟକାରୀ କମିଟି ଗଠିତ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking