ନୂଆଦିଲ୍ଲୀ: ୨୦୧୨ ମସିହାରେ ଛତିଶଗଡରେ ଘଟିଥିବା କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ବୁଧବାର ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦାର୍ଦା, ତାଙ୍କ ପୁଅ ଦେବେନ୍ଦ୍ର ଦାର୍ଦା ଏବଂ ମେସର୍ସ ଜେଏଲଡି ଯବତମାଲ ଏନର୍ଜି ପାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ମନୋଜ କୁମାର ଜୟସ୍ୱାଲଙ୍କୁ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଦାଲତ ଏହି ମାମଲାରେ ପୂର୍ବତନ କୋଇଲା ସଚିବ ଏଚ.ସି.ଗୁପ୍ତା ଏବଂ ଅନ୍ୟ ଦୁଇ ଅଫିସର କେ.ଏସ.କ୍ରୋଫା ଓ କେ.ସି.ସାମାରିଆଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ମେସର୍ସ ଜେଏଲଡି ଯବତମାଲ ଏନର୍ଜି ପ୍ରାଇଭେଟ ଲିମିଟେଡ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।