29.1 C
Bhubaneswar
Friday, June 20, 2025
Homeଦେଶ ବିଦେଶଜୋମାଟୋରୁ ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା

ଜୋମାଟୋରୁ ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ : ଜୋମାଟୋରୁ ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା। ଅନଲାଇନ ଫୁଡ ଡେଲିଭରୀ ସଂସ୍ଥା ଜୋମାଟୋ ସହ ସମ୍ପର୍କଛିନ୍ନ କରିଛନ୍ତି ଏହାର ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା। ସେ ଜମାଟୋର ସହ ପ୍ରତିଷ୍ଠାତା ସହ ମୁଖ୍ୟ ଲୋକ ଅଧିକାରୀ ଭାବେ କାମ କରୁଥିଲେ। ହେଲେ ଆଜି ସେ ଇସ୍ତଫା ଦେବା ସହ ଜୋମାଟୋ ସହ ୧୩ ବର୍ଷ ଧରି ଚାଲିଥିବା ତାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ତତ୍କାଳ ଭାବେ ଆକୃତି ନିଜ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଇ ଦିଆଯାଇଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲଙ୍କୁ ଇ-ମେଲ ଜରିଆରେ ଆକୃତି ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ କହିଛନ୍ତି, “ଆଲୋଚନା ଅନୁସାରେ ମୁଁ ବିଧିବଦ୍ଧ ଭାବେ ମୋ ଇସ୍ତଫାପତ୍ର ଦାଖଲ କରୁଛି। ଏହା ଆଜି ଠାରୁ(୨୭ ସେପ୍ଟେମ୍ବର)ରୁ ହିଁ ଲାଗୁ ହେବ। ଏହି ୧୩ ବର୍ଷ ଅତ୍ୟନ୍ତ ଅଦ୍ଭୁତ ପୂର୍ବ ଯାତ୍ରା ଥିଲା। ସବୁ କିଛି ପାଇଁ ଧନ୍ୟବାଦ। ମୁଁ ଗୋଟିଏ କଲ ଠାରୁ ଦୂରରେ ଅଛି। ମୁଁ ଆପଣଙ୍କୁ ଓ ପୂରା ଟିମକୁ ଶୁଭକାମନା ଜଣାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking