ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ୩୦ ସେକେଣ୍ଡର ଭିଡିଓ ଜାରି କରାଯାଇଛି ।
ଭିଡିଓରେ ମୁଖ୍ୟମନ୍ତ୍ରୀ ପ୍ରଣାମ କରି ଜୟ ମା ସମଲେଶ୍ୱରୀ କହିଛନ୍ତି । ଆପଣମାନଙ୍କେ ସମସ୍ତଙ୍କେ ମୋର ନୂଆଁଖାଇ ଜୁହାର ବୋଲି କୋଶଳୀ ଭାଷାରେ କହିଛନ୍ତି । ମା’ ସମଲେଶ୍ୱରୀ ସମସ୍ତଙ୍କେ ଭଲରେ ରଖୁନ୍। ଜୁହାର, ପ୍ରଣାମ ବୋଲି କହିଛନ୍ତି ।
ପବିତ୍ର #ନୂଆଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା: pic.twitter.com/HDx4enbId9
— I & PR Department, Odisha (@IPR_Odisha) August 31, 2022