19.1 C
Bhubaneswar
Tuesday, February 10, 2026
Homeଓଡିଶାରାଜ୍ୟବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ବିଜେଡି

ରାଜ୍ୟବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ବିଜେଡି

– ଆଦିବାସୀ ମହିଳାଙ୍କ ଚେହେରାର ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ
– ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସରକାରରେ ଆଦିବାସୀ ମହିଳାଙ୍କ ଉପରେ ଦୁଷ୍କର୍ମ ଓ ଅତ୍ୟାଚାର ବୃଦ୍ଧି ପାଇଛି
– ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜଣେ ସଫା ରଙ୍ଗର ମହିଳାଙ୍କୁ ବିବାହ କରିବା ପାଇଁ ଖୋଜୁଥିଲେ ଏବଂ ସେଥିପାଇଁ ସେ ମୟୂରଭଞ୍ଜ ଜିଲ୍ଲାରେ ବିବାହ କରିଛନ୍ତି ବୋଲି କହିବା ତାଙ୍କର ବର୍ଣ୍ଣ ବିଦ୍ୱେଷ ମନୋଭାବର ପରିଚୟ ଦେଇଛି । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ଆଦିବାସୀ ଝିଅମାନେ ସଫା ନୁଁହନ୍ତି ବୋଲି ମନ୍ତବ୍ୟ ଦେବା ଆମ ମନରେ ଗଭୀର ଆଘାତ ସୃଷ୍ଟି କରିଛି ବୋଲି କହିଛନ୍ତି ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍ ଓ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା । ଆଜି ବାରିପଦା ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ହେମ୍ବ୍ରମ୍ କହିଥିଲେ ଯେ, ନବରଙ୍ଗପୁର, ରାଉରକେଲା, କୁଚିଣ୍ଡା, ରେମୁଣା ସମେତ ସାରା ରାଜ୍ୟରେ ଯେତେବେଳେ ଆଦିବାସୀ ମହିଳାଙ୍କ ଉପରେ ଦୁଷ୍କର୍ମ ଓ ଅତ୍ୟାଚାର ବଢିଚାଲିଛି ଏବଂ ରାଜ୍ୟର ଆଦିବାସୀ ସମାଜ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି, ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିଜୁ ଜନତା ଦଳ ଘୋର ନିନ୍ଦା କରୁଛି।

ବିଜେପି ସରକାରକୁ ଆସିବା ପରେ ରାଜ୍ୟର ଆଦିବାସୀ ମାନଙ୍କ ବିକାଶ ପରିବର୍ତ୍ତେ ଅବହେଳାର ଶିକାର ହୋଇଛନ୍ତି । ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରିର ୧୨୨ଟି ଆଦିବାସୀ ବହୁଳ ଗାଁ ନିଶ୍ଚିହ୍ନ ହୋଇଯିବ । କିନ୍ତୁ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଶ୍ରୀ ମୋହନ ଚରଣ ମାଝୀ ଏ ବାବଦରେ ନିରବ ରହିଛନ୍ତି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା କହିଥିଲେ ଯେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଥିବାବେଳେ ଆଦିବାସୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ସ୍କୁଲ ରୂପାନ୍ତରଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରତିଷ୍ଠା କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ବିକାଶ କରିଥିଲେ । ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ସେହି ବିକାଶର ଧାରାକୁ ଆଗକୁ ନେବା ବଦଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି । ଆଦିବାସୀ ସମାଜର ସୁରକ୍ଷା ତଥା କଲ୍ୟାଣ ପାଇଁ କାମ ନ କରି ଆମ ମହିଳାଙ୍କ ଚେହେରାର ରଙ୍ଗ ସଫା ନୁହେଁ ବୋଲି ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking