ଭୁବନେଶ୍ୱର: ଚନ୍ଦକା ସୁନ୍ଦରପୁର ଠାରେ ଶନିବାର ସନ୍ଧ୍ୟାରେ ‘ଡିଏନ୍ ୱିସ୍ଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ’ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନୂଆ ସ୍କୁଲ କ୍ୟାମ୍ପସର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ଏଥିସହ ଜୀବନରେ ସଫଳ ହେବାକୁ ହେଲେ ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡ଼ିବ ବୋଲି ସେମାନଙ୍କୁ କହିଥିଲେ । ଏହି ସ୍କୁଲ ୨୦୧୮ରେ ପ୍ରତିଷ୍ଠା ହୋଇଥିବା ବେଳେ ଏବେ ସୁନ୍ଦରପୁର ସ୍ଥିତ ନୂଆ କ୍ୟାମ୍ପସରେ ଚାଲିବ । କରିକୁଲମ୍ ପାଠ୍ୟକ୍ରମ ସହିତ କମ୍ୟୁନିକେସନ ସ୍କିଲ୍, ବ୍ୟକ୍ତିତ୍ୱ ବିକାଶ, ଚରିତ୍ର ନିର୍ମାଣ ଉପରେ ସ୍କୁଲ ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷଣୀୟ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍, ସ୍କୁଲର ଚେୟାରମ୍ୟାନ୍ ଜଗଦୀଶ ପ୍ରସାଦ ନାୟକ, ସ୍କୁଲ ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।