24.1 C
Bhubaneswar
Monday, February 2, 2026
Homeଓଡିଶାରେକର୍ଡ ରେଳ ବଜେଟ୍ ପାଇଁ ସିଏମ୍‌ଙ୍କ କୃତଜ୍ଞତା

ରେକର୍ଡ ରେଳ ବଜେଟ୍ ପାଇଁ ସିଏମ୍‌ଙ୍କ କୃତଜ୍ଞତା

ଭୁବନେଶ୍ୱର: ୧୦ ହଜାର ୯୨୮ କୋଟିର ରେଳ ବଜେଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧନ୍ୟବାଦ । ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ବଜେଟ୍‌ରେ ରେକର୍ଡ ଅର୍ଥ ମିଳିଛି । ଦୂର ଦୃଷ୍ଟି ସମ୍ପନ୍ନ ପଦକ୍ଷେପ ‘ସମୃଦ୍ଧ ଓଡିଶା’ ଗଠନ ସଂକଳ୍ପକୁ ସୁଦୃଢ କରିଛି ।  ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କହିଥିଲେ ଯେ ବଜେଟ୍‌ ୨୦୨୬-୨୭ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି । ଇଷ୍ଟ – ୱେଷ୍ଟ କରିଡର ଓଡିଶା ଦେଇ ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ ଯିବ । ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ଉଲ୍ଲେଖନୀୟ ରେଳ ପ୍ରସାରଣ ହୋଇଛି । ଏହି ସଫଳତା ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ । ଓଡିଶାରେ ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି ବଢିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଉଛି । ଓଡ଼ିଶାରେ ଡବଲ ଇଂଜନ ସରକାର ଚାଲିଛି । ଆଗାମୀ ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି । ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ‌ ପୁରା ହେବ ।

ବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି: ଅଶ୍ୱିନୀ ବୈଷ୍ଣବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking