32.1 C
Bhubaneswar
Wednesday, September 18, 2024
Homeଓଡିଶାଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାହୁଲ ଗାନ୍ଧୀ :...

ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାହୁଲ ଗାନ୍ଧୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

_ଜାମ୍ମୁ ଓ କାଶ୍ମୀର ନିର୍ବାଚନ ଉପଲକ୍ଷେ କଂଗ୍ରେସ ଓ ତାର ସହଯୋଗୀ ନ୍ୟାସନାଲ କନଫରେନ୍ସର ନିର୍ବାଚନ ପ୍ରତିଶୃତି ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୧୦ଟି ପ୍ରଶ୍ନ_

ଭୁବନେଶ୍ୱର, : “ଜଳ ବିନା ମାଛ – କ୍ଷମତା ବିନା କଂଗ୍ରେସ ଦଳ” ! କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଂଚା ଦିଏ ନାହିଁ କଂଗ୍ରେସ ଦଳ । ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇଛି କଂଗ୍ରେସ ଦଳ । ଏପରିକି ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଏକତାକୁ ବିପଦରେ ପକାଇଛି । ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଆଗାମୀ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ କନଫରେନ୍ସ’ ସହ ମେଂଟ କରି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନ୍ୟାସନାଲ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟିକରଣ ଦେବା ଉଚିତ୍ ବୋଲି କହିବା ସହିତ ୧୦ ଟି ପ୍ରଶ୍ନ ପଚାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

“ଏକ ଦେଶ ଦୋ ନିଶାନ” ! ଜାମ୍ମୁ ଓ କାଶ୍ମୀରରେ ପୃଥକ ପତାକା ପାଇଁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଓ ୩୫ (କ)ର ପୁନଃସ୍ଥାପିତ କରିବାକୁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରି, ଅଶାନ୍ତ ବାତାବରଣ ସୃଷ୍ଟି କରାଯିବାକୁ ସମର୍ଥନ କରୁଛି କି? ଜାମ୍ମୁ ଓ କାଶ୍ମୀରବାସିଙ୍କ ସହ କଥାବାର୍ତା ହୋଇ ଶାନ୍ତି ସୈାହାର୍ଦ୍ଦ୍ୟ ପ୍ରତିଷ୍ଠା ବଦଳରେ ଚରମ ଶତୃ ପାକିସ୍ଥାନ ସହ କଥାବାର୍ତା କରି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପ୍ରତି କଂଗ୍ରେସର ସମର୍ଥନ ଅଛି କି ? ପାକିସ୍ଥାନ ସହିତ ବାଣିଜ୍ୟ ଆରମ୍ଭ କରିବା ଆଳରେ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପର ପ୍ରୋତ୍ସାହନକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଏହାଦ୍ୱାରା ସ୍ଥାନୀୟ ଇକୋସିଷ୍ଟମ ପ୍ରଭାବିତ ହେବ ନାହିଁ କି ? ଆତଙ୍କବାଦୀ ଓ ପଥର ମାଡ କାର୍ଯ୍ୟରେ ସଂପୃକ୍ତ ଲୋକ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ସରକାରୀ ଚାକିରୀ ଦେବା ନ୍ୟାସନାଲ କନଫରେନ୍ସର ନିଷ୍ପତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ଘଟାଇବାର ଚକ୍ରାନ୍ତ କରାଯାଉଛି । ଦଳିତ, ଗୁଜ୍ଜର, ବକରବାଲ ଓ ପାହାଡ ଅଂଚଳ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରି ତାଙ୍କ ପ୍ରତି ଅନ୍ୟାୟ କରିବାକୁ ଯାଉଛି ନ୍ୟାସନାଲ କନଫରେନ୍ସ । ଏହାକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ‘ଶଙ୍କରାଚାର୍ଯ୍ୟ ପର୍ବତ’କୁ ‘ତକ୍ତ-ଏ-ସୁଲେମାନ’ ଏବଂ ‘ହରି ପର୍ବତ’କୁ ‘କୋହ-ଏ-ମାରନ’ ନାମରେ ପରିଣତ କରିବାର ନ୍ୟାସନାଲ କନଫରେନ୍ସର ଚକ୍ରାନ୍ତକୁ କଂଗ୍ରେସ ଦଳର ସମର୍ଥନ ରହିଛି କି ? ଜାମ୍ମୁ-କାଶ୍ମୀରର ଅର୍ଥ ବ୍ୟବସ୍ଥାକୁ ପୁବଃର୍ବାର ଦୁର୍ନୀତି ମଧ୍ୟକୁ ଠେଲି ଦେଇ ଏକ ପାକିସ୍ଥାନ ସମର୍ଥିତ ଏକ ନିର୍ଦ୍ଦଷ୍ଟ ପରିବାରକୁ ହସ୍ତାନ୍ତର କରିବା ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ? ଜାମ୍ମୁ ଏବଂ ଘାଟି ଅଂଚଳବାସିନ୍ଦାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି କି କଂଗ୍ରେସ ଦଳ ? ଜାମ୍ମୁ ଓ କାଶ୍ମୀରକୁ ସ୍ୱାୟତ୍ୱତା ପ୍ରଦାନ କରି ନ୍ୟାସନାଲ କଂଗ୍ରେସର ବିଭାଜନକାରୀ ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ?
କଂଗ୍ରେସ ଦଳ ଏବଂ ତାଙ୍କ ନେତା ଦେଶବାସୀଙ୍କୁ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking