26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବଡ଼ ଖବର: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କେଜ୍ରିୱାଲଙ୍କ ଘୋଷଣା

ବଡ଼ ଖବର: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କେଜ୍ରିୱାଲଙ୍କ ଘୋଷଣା

ନୂଆଦିଲ୍ଲୀ: ନିକଟରେ  ବେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା। ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି । ଆସନ୍ତା ୨ ଦିନ ଭିତରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ ମୁଁ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ । ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ । ସେମାନେ ନିଷ୍ପତ୍ତି ନେବେ । ଜନତା ନିଜ ନିଷ୍ପତ୍ତି ନଜଣାଇବା ଯାଏ ସିଏମ ପଦରେ ରହିବିନି ।

ଶୁକ୍ରବାର ସୁପ୍ରିମକୋର୍ଟ କେଜରିୱାଲଙ୍କୁ ଜାମିନ ଦେଇଥିଲେ। ଜାମିନ ପରେ ତିହାର ଜେଲରୁ ବାହାରିଛନ୍ତି କେଜରିୱାଲ । ଜେଲ ବାହାରେ କେଜରିୱାଲଙ୍କୁ ସ୍ଵାଗତ କରିବାକୁ ଶହ ଶହ ସମର୍ଥକଙ୍କ ଭିଡ଼ ଜମିିଥିଲା। ବାଜା, ବାଣ ନାଚଗୀତରେ କମ୍ପିଥିଲା ପରିସର । ପ୍ରାୟ ୬ ମାସ ପରେ ବାହାରିଲେ କେଜରିୱାଲ ।ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ସିବିଆଇ । ପୂର୍ବରୁ ଇଡି ମାମଲାରେ ମିଳିଥିଲା ଜାମିନ । ୨୧ ମାର୍ଚ୍ଚରେ ଗିରଫ ହୋଇଥିଲେ କେଜରିୱାଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking