25.1 C
Bhubaneswar
Tuesday, February 17, 2026
Homeଓଡିଶାଉତ୍କଳ ଗୋପାଳ ଗଉଡ଼ ସମାଜ ତରଫରୁ ବସ୍ତ୍ର ବଣ୍ଟନ ସେବାକାର୍ଯ୍ୟ

ଉତ୍କଳ ଗୋପାଳ ଗଉଡ଼ ସମାଜ ତରଫରୁ ବସ୍ତ୍ର ବଣ୍ଟନ ସେବାକାର୍ଯ୍ୟ

ରାୟଗଡା: ଉତ୍କଳ ଗୋପାଳ ସମାଜ ରାଜ୍ୟ କାର୍ଯ୍ୟକାରିଣୀ ଉପସଭାପତି ତଥା ରାୟଗଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗଉଡ଼ଙ୍କ ଆନୁକୂଲ୍ୟରେ କଲ୍ୟାଣସିଂହପୁର ବ୍ଲକ ସଭାପତି ଶ୍ରୀଯୁକ୍ତ ସୁରେଶ ବିମଳଙ୍କ ତତ୍ତ୍ୱାବଧାନରେ ଉତ୍କଳ ଗୋପାଳ ସମାଜ ତରଫରୁ ଓଡିଶା ବିଖ୍ୟାତ ମହାଦେବଙ୍କ ଦେବଗିରୀ ଶୈବପୀଠରେ ମହାଶିବରାତ୍ରି ଉପଲକ୍ଷେ ଭିକ୍ଷାବୃତ୍ତି କରୁଥିବା ଅନାଥ ବାପାମାଆ ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ ସେବାକାର୍ଯ୍ୟ ନିର୍ବାହ କରାଯାଇଥିଲା l ଏହି ପବିତ୍ରମୟ ସେବା କାର୍ଯ୍ୟରେ ସୁରେଶ ବିମଳ,କରୁଣା ବିମଳ,ରାଜେନ୍ଦ୍ର କରୁଆରହିଦାସ ନାଗ,ସୁଆଧର କରୁଆ,ଡମ୍ବୁରୁ ହଂସ ପ୍ରମୁଖ ଯୁବପିଢ଼ି ମାନେ ଯୋଗଦେଇ ସେବାକାର୍ଯ୍ୟରେ ସହଯୋଗ ପ୍ରଦାନ କରିବା ସହିତ ବୃଦ୍ଧ ବାପାମାଆ ମାନଙ୍କ ମୁହଁରେ ହଂସ ଫୁଟାଇ ପାରିଥିଲେ ଏବଂ ଭଗବାନ ଶିବଶଙ୍କରଙ୍କର ଆଶୀର୍ବାଦ ଭିକ୍ଷା ମଧ୍ୟ କରିଥିଲେ l ଏହି ମହତ୍ତ୍ୱପୂର୍ଣ୍ଣ ସେବାକାର୍ଯ୍ୟ ପାଇଁ ଉତ୍କଳ ଗୋପାଳ ସମାଜ ରାଜ୍ୟ ସଭାପତି ସେବକ ପ୍ରତାପ ଚନ୍ଦ୍ର ପରିଡା ରାୟଗଡ଼l ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗଉଡ଼ ଓ କଲ୍ୟାଣସିଂହପୁର ସଭାପତି ଶ୍ରୀଯୁକ୍ତ ସୁରେଶ ବିମଳ ତଥା ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ମଧ୍ୟ ଜ୍ଞାପନ କରାଇଛନ୍ତି lଆଗାମୀ ଦିନରେ ଉତ୍କଳ ଗୋପାଳ ସମାଜ ତରଫରୁ ଏହିପରି ସେବାକାର୍ଯ୍ୟ ଜାରି ରହିବ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking