20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଜଳବାୟୁ ପରିବର୍ତ୍ତନ: ଗମ୍ଭୀର ହେବ ଖାଦ୍ୟ ସଙ୍କଟ , ଭାରତ ଓ ପାକିସ୍ତାନ ବୃଦ୍ଧି ପାଇବ...

ଜଳବାୟୁ ପରିବର୍ତ୍ତନ: ଗମ୍ଭୀର ହେବ ଖାଦ୍ୟ ସଙ୍କଟ , ଭାରତ ଓ ପାକିସ୍ତାନ ବୃଦ୍ଧି ପାଇବ ବନ୍ୟା ଓ ମରୁଡ଼ି

ନୂଆଦିଲ୍ଲୀ : ଦେଶରେ ପରିବେଶକୁ ସନ୍ତୁଳିତ ରଖିବା ଦିଗରେ କଡ଼ା ପଦକ୍ଷେପ ନେବା ସମୟ ବିତିବାରେ ଲାଗିଛି । ଯଥାଶୀଘ୍ର ଏ ନେଇ ଆବଶ୍ୟକୀୟ କାର୍ଯ୍ୟ ସମ୍ପନ୍ନ କରାନଗଲେ ଗମ୍ଭୀର ପରିମାଣ ଭୋଗିବାର ସମ୍ଭାବନା ରହିଛି । ଅତିବିଷମ ଜଳବାୟୁ ସ୍ଥିତି ଯୋଗୁଁ ଦକ୍ଷିଣଏସିଆରେ ବନ୍ୟା ଓ ଦୁର୍ଭିକ୍ଷ ଦେଖାଯିବା ସହିତ ଭାରତ ଓ ପାକିସ୍ତାନରେ ଭୟାବହ ପରିସ୍ଥିତି ଉପୁଜିବ ବୋଲି ଇଣ୍ଟର୍‌ଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞଜ୍ (ଆଇପିସିସିି)ର ୬ଷ୍ଠ ଆକଳନ ରିପୋର୍ଟର ଦ୍ୱିତୀୟ ଭାଗରେ ପ୍ରକାଶ ପାଇଛି । ବୃହତ୍ ସହର ଠାରୁ ଆରମ୍ଭ କରି ହିମାଳୟ ପାର୍ବତ୍ୟାଞ୍ଚଳ ପର୍ଯ୍ୟନ୍ତ ସ୍ଥିତି ଗମ୍ଭୀର ରହିଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଆଗାମୀ ସମୟରେ କେତେବେଳେ ଅତ୍ୟଧିକ ଉତ୍ତାପ ତ କେତେବେଳେ ଅସାମାନ୍ୟ ବର୍ଷା ହେବ । ଏହା ଯୋଗୁଁ କୋଟି କୋଟି ଜନସଂଖ୍ୟା ତଥା ଦେଶର ଅର୍ଥନୀତି ବିପଦରେ ପଡ଼ିବାର ଆଶଙ୍କା ରହିଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ମାନବୀୟ କ୍ଷତି ସମେତ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବ ପକାଇବ । ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ବିପଦରେ ଦେଶର କୌଣସି ଭାଗ ଅଛୁଆଁ ରହିବ ନାହିଁ । ଜନସଂଖ୍ୟା ହିସାବରେ ଭାରତ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ବର୍ଗରେ ସାମିଲ୍ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଯଦି ଉତ୍ସର୍ଜନ ଦ୍ରୁତ ଗତିରେ ହ୍ରାସ କରାନଯାଏ; ତେବେ ସାରା ଦୁନିଆରେ ଉତ୍ତାପ ଓ ବର୍ଷା ସହନଶୀଳତାର ବାହାରକୁ ଚାଲିଯିବ । ଭାରତ ଏପରିସ୍ଥିତିରେ ରହିଛି; ଯେଉଁଠି ଦେଶବାସୀଙ୍କୁ ଅସହନୀୟ ପରିସ୍ଥିତି ଭୋଗିବାକୁ ପଡ଼ିବ । ଅତିବିଷମ ଜଳବାୟୁ ସ୍ଥିତି ଖାଦ୍ୟ ସୁରକ୍ଷାକୁ ବିପନ୍ନ କରିବା ସହିତ ଭାରତ ଓ ପାକିସ୍ତାନ କରି କୃଷି ଆଧାରିତ ଦେଶକୁ ପ୍ରଭୂତ କ୍ଷତି ପହୁଞ୍ଚାଇବ । ଯଦି ତାପମାତ୍ରା ୧%ରୁ ୪% ବୃଦ୍ଧି ଘଟେ; ତେବେ ଭାରତରେ ଧାନ ଉତ୍ପାଦନ ୧୦%ରୁ ୩୦% ପର୍ଯ୍ୟନ୍ତ ଓ ମକ୍କା ୨୫%ରୁ ୭୦% ପର୍ଯ୍ୟନ୍ତ ହ୍ରାସ ପାଇବ । ଜଳବାୟୁ ପରିବର୍ତ୍ତ ଯୋଗୁଁ ଖାଦ୍ୟପଦାର୍ଥ ଯୋଗାଣ ଓ ଜଳ ଉପଲବ୍‌ଧତା ମଧ୍ୟ ହ୍ରାସ ଘଟିବ । ଗରିବ ଦେଶଗୁଡ଼ିକ ଆହୁରି ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ରିପୋର୍ଟରେ ପ୍ରକାଶ । ରିପୋର୍ଟରେ ଗୁଜରାଟର ଅହମ୍ମଦାବାଦକୁ ସର୍ବାଧକ ବିପଦପୂର୍ଣ୍ଣ ସହର ଭାବେ ରଖାଯାଇଥିବା ବେଳେ ଚେନ୍ନାଇ, ପାଟଣା, ଲକ୍ଷ୍ନୌ ଓ ଭୁବନେଶ୍ୱରକୁ ମଧ୍ୟ ବିପଦପୂର୍ଣ୍ଣ ସହର ମଧ୍ୟରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking