ଜର୍ମାନୀ : ଜର୍ମାନୀର କ୍ଲାଉଡିଆ ପେଚ୍ଷ୍ଟେନ୍ ୱିଣ୍ଟର୍ ଅଲିମ୍ପିକ୍ସ ଇତିହାସରେ ବୟୋଜ୍ୟେଷ୍ଠ ମହିଳା ପ୍ରତିଯୋଗୀ ହେବାର ଗୌରବ ଲାଭ କରିଛନ୍ତି । ସେ ଶନିବାର ୩ ହଜାର ମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପରେ ଏହି ସଫଳତା ପାଇଛନ୍ତି । ତେବେ ୱିଣ୍ଟର୍ ଅଲିମ୍ପିକ୍ସରେ କ୍ରମାଗତ ୫ଟି ପଦକ ଲାଭ କରିସାରିଥିବା ୪୯ ବର୍ଷୀୟ କ୍ଲାଉଡିଆ ଶନିବାରର ଇଭେଣ୍ଟ୍ରେ ସବା ଶେଷରେ ରହିଥିଲେ । ଏଥିସହ କ୍ଲାଉଡିଆ ସର୍ବାଧିକ ୱିଣ୍ଟର୍ ଅଲିମ୍ପିକ୍ସ ସଂସ୍କରଣରେ ସାମିଲ୍ ହେବାର ରେକର୍ଡ ସମକକ୍ଷ ହୋଇଛନ୍ତି । ସେ ଜାପାନର ସ୍କାଇ ଜମ୍ପର୍ ନୋରିଆକି କାସାଇଙ୍କ ସହ ଅଷ୍ଟମ ଥର ପାଇଁ ୱିଣ୍ଟର୍ ଅଲିମ୍ପିକ୍ସରେ ସାମିଲ୍ ହୋଇଛନ୍ତି ।
କାସାଇ ଗତ ୨୦୧୮ ପିଓଙ୍ଗଚାଙ୍ଗ୍ ଅଲିମ୍ପିକ୍ସରେ ଶେଷ ଥର ପାଇଁ ଭାଗ ନେଇଥିଲେ । ଶନିବାର ମୁକାବିଲାରେ ନେଦରଲାଣ୍ଡ୍ସର ଆଇରିନ୍ ସ୍କାଉଟେନ୍ ପ୍ରଥମ ସ୍ଥାନରେ ହିଥିବା ବେଳେ କ୍ଲାଉଡିଆ ତାଙ୍କଠାରୁ ୨୦ ସେକେଣ୍ଡ୍ ମନ୍ଥର ରହିଥିଲେ । ତେବେ କୌଣସି ପଦକ ପାଇନଥିଲେ ହେଁ ତାଙ୍କର କୌଣସି ଅନୁଶୋଚନ ନାହିଁ ଓ ସେ ଏଠାରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସବୁଠାରୁ ଅଧିକ ଖୁସି ହୋଇଥିବା ପ୍ରତିଯୋଗିତା ଶେଷ ହେବାର ଦୁଇ ଦିନ ପରେ ୫୦ ବର୍ଷରେ ପଦାର୍ପବଣ କରିବାକୁ ଥିବା କ୍ଲାଉଡିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।