28.1 C
Bhubaneswar
Monday, November 18, 2024
Homeଓଡିଶାଆଜିଠୁ ୬ଷ୍ଠରୁ ଦ୍ୱାଦଶ ଯାଏଁ ଶ୍ରେଣୀଗୃହ ପାଠପଢା ବନ୍ଦ

ଆଜିଠୁ ୬ଷ୍ଠରୁ ଦ୍ୱାଦଶ ଯାଏଁ ଶ୍ରେଣୀଗୃହ ପାଠପଢା ବନ୍ଦ

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଆଜି ଠାରୁ ବନ୍ଦ ରହିବ । କେବଳ ଆସେସମେଣ୍ଟ ପରୀକ୍ଷା ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ବିଦ୍ୟାଳୟ ଆସିବେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀର ପିଲାଙ୍କୁ ବିଦ୍ୟାଳୟ ଆସିବାକୁ ବାରଣ କରାଯାଇଛି । ବର୍ଦ୍ଧିତ କରୋନା ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଜାରି କରିଥିବା ସ୍କୁଲ ବନ୍ଦ ନିଷ୍ପତ୍ତି ପରେ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଉକ୍ତ ବିଜ୍ଞପ୍ତି ପ୍ରକାଶ କରିଛି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଆଜିଠାରୁ ଫିଜିକାଲ ପାଠପଢ଼ା ବନ୍ଦ ରହିବ ।

ବିଭାଗ ଦର୍ଶାଇଛି ଯେ ଫିଜିକାଲ୍ କ୍ଲାସ ଜାରି ରହିଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଆଜିଠାରୁ ଆଉ ଶ୍ରେଣୀଗୃହ ପାଠପଢ଼ା ହେବ ନାହିଁ । ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀ ପାଠ ପଢ଼ିବେ । ତେବେ ଶିକ୍ଷାନୁଷ୍ଠାନ ଚାହିଁଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଛୋଟ ଛୋଟ ଗ୍ରୁଫ ତଥା ବ୍ୟାଚ କରି ଡାଉଟ କ୍ଲିୟରିଂ କ୍ଲାସ ଆୟୋଜନ କରି ପାରିବେ । ମାତ୍ର କରୋନା କଟକଣାର କଡ଼ା ଅନୁପାଳନ ସହିତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବିଭାଗ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛି । ଡାଉଟ କ୍ଲିୟରିଂ କ୍ଲାସ ପାଇଁ ଛାତ୍ରଛାତ୍ରୀ ଅଭିଭାବକଙ୍କ ଠାରୁ ଲିଖିତ ସମ୍ମତି ପତ୍ର ଆଣିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ସେହିପରି ଶିକ୍ଷାନୁଷ୍ଠାନରେ ସମେଟିଭ ଆସେସମେଣ୍ଟ ଓ ଅନ୍ୟାନ୍ୟ ପରୀକ୍ଷା କରୋନା କଟକଣା ସହିତ ଆୟୋଜନ କରାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking