34.1 C
Bhubaneswar
Friday, October 18, 2024
Homeଅପରାଧକଳଙ୍କିତ ଗୁରୁ : ଚତୁର୍ଥ ଶ୍ରେଣୀ ଝିଅକୁ ଯୌନ ଶୋଷଣ

କଳଙ୍କିତ ଗୁରୁ : ଚତୁର୍ଥ ଶ୍ରେଣୀ ଝିଅକୁ ଯୌନ ଶୋଷଣ

ହାଇଦ୍ରାବାଦ: ଶନିବାର ଦିନ ସହରର ଚାଟ୍ରିନାକା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ଝିଅ ତାଙ୍କ ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୋଲିସ କହିଛି।

ପୋଲିସର ସୂଚନାନୁସାରେ, ଶନିବାର ସକାଳ ପ୍ରାୟ 8 ଟା ସମୟରେ ଏହି ଘଟଣା ଘଟିଥିଲା, ଯେତେବେଳେ ପୀଡିତା ଜଣକ ତାଙ୍କ ଶ୍ରେଣୀଗୃହରେ ଏକୁଟିଆ ଥିଲେ ଏବଂ ତାଙ୍କ ସହପାଠୀମାନେ ସେଏପର୍ଯ୍ୟନ୍ତ ପହଞ୍ଚି ନଥିଲେ। ଅଭିଯୁକ୍ତ ଶିକ୍ଷକ ଝିଅର ପୋଷାକ ଖୋଲିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଝିଅଟି କାନ୍ଦିବା ପରେ ଅନ୍ୟ କର୍ମଚାରୀମାନେ ଆସି ଉଦ୍ଧାର କରିଥିଲେ ।

“ଯେତେବେଳେ ଛାତ୍ରୀ ଜଣକ ଶ୍ରେଣୀଗୃହରେ ଏକୁଟିଆ ଥିଲେ, ଅଭିଯୁକ୍ତ ଶିକ୍ଷକ ଏହିସୁଯୋଗରେ ତାଙ୍କ ପୋଷାକ କାଢ଼ିବାକୁ ଚେଷ୍ଟା କରିଥିଲା। ଏଥିରେ ଯେତେବେଳେ ଝିଅଟି ଚିତ୍କାର କରି କାନ୍ଦିବାକୁ ଲାଗିଲା ସେତେବେଳେ ଅଭିଯୁକ୍ତ ଜଣକ ତାଙ୍କୁ ମାଡ ମାରିଥିଲେ। ପରେ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ପହଁଚି ଝିଅଟିକୁ ଉଦ୍ଧାର କରିଥିଲେ।” ,
ଘଟଣା ପରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ବିଦ୍ୟାଳୟ ପ୍ରଶାସନ ଖବର ଦେଇଥିଲା। ପୀଡିତାଙ୍କ ପରିବାର ସଦସ୍ୟ ପୋଲିସ ସହ ଯୋଗାଯୋଗ କରି ଅଭିଯୋଗ ପଞ୍ଜିକରଣ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା 1

ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ଅଧିକ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ମାନସିକ ସ୍ତରରେ ବିବ୍ରତ ଥିବା ଜଣାପଡିଛି ବୋଲି ପୋଲିସ କହିଛି।

ଅନ୍ୟ ଏକ ଯୌନ ନିର୍ଯାତନା ମାମଲାରେ ଗତ ବର୍ଷ ନଭେମ୍ବରରେ ଜଣେ “କଳା ଯାଦୁଗର” ଏବଂ ତାଙ୍କ ପୁଅ ଦୁଇ ଭଉଣୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ତଥା ପାରିବାରିକ ସମସ୍ୟାର ଆରୋଗ୍ୟ ବାହାନା କରି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

ଚନ୍ଦ୍ରଚ୍ୟୁତ ପୋଲିସ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଧାନ ଅଭିଯୁକ୍ତମାନେ ଗତ 10 ବର୍ଷ ଧରି ପୀଡିତାମାନଙ୍କୁ ଜଣାଥିଲେ ଏବଂ ପୀଡିତାମାନେ ଅଭିଯୁକ୍ତଙ୍କ ପରାମର୍ଶ ଉପରେ ନିର୍ଭର କରୁଥିଲେ। ଏକ ରିପୋର୍ଟ ଅନୁଯାୟୀ, 32 ଏବଂ 22 ବର୍ଷ ବୟସ୍କା ଦୁଇ ଭଉଣୀ 55 ବର୍ଷ ଓ 25 ବର୍ଷ ବୟସର ପିତା-ପୁତ୍ରଙ୍କ ଦ୍ୱାରା ତିନି ବର୍ଷରୁ ଅଧିକ ସମୟ ଧରି ଯୌନ ଶୋଷଣର ଶିକାର ହୋଇଥିଲେ।

ପୋଲିସ କହିଛି ଯେ ଅଭିଯୁକ୍ତମାନେ ଏକ ସମୟରେ ପରିବାରରେ ମତଭେଦ ସୃଷ୍ଟି କରି ସଦସ୍ୟଙ୍କୁ ଅଲଗା ରଖିଥିଲେ । ଦୁଇ ଭଉଣୀଙ୍କ ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଆଇପିସି ଏବଂ ଡ୍ରଗ୍ସ ଓ ମ୍ୟାଜିକ୍ ରିମେଡିଜ୍ ଆକ୍ଟର ସମ୍ପୃକ୍ତ ଧାରାରେ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking