27.1 C
Bhubaneswar
Sunday, July 7, 2024
Homeଅପରାଧନିଆଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ଗୁରୁତର, ୩ ଆହତ

ନିଆଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ଗୁରୁତର, ୩ ଆହତ

ନିଆଳି : କଟକ ଜିଲ୍ଲା ନିଆଳି ଥାନା ସରାକୋର ଗାଁରେ ଗୋଷ୍ଠୀ ସଂଘର୍ଷ । ଫଳରେ ଏଥିରେ ଦୁଇ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ସରକୋରା ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏହିକ୍ରମରେ ଗୋଟିଏ ଗୋଷ୍ଠୀର ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ବ୍ୟକ୍ତିଙ୍କ ପେଟରେ ମାରଣାସ୍ତ୍ର ଭୂଷି ଦେଇଥିବା ହୋଇଥିବା ଜଣାପଡିଛି ।ସେହିପରି ଏହି ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking