32.1 C
Bhubaneswar
Saturday, September 28, 2024
Homeଓଡିଶାବସ ଚଳାଚଳ ସମୟକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ : ହଣାକଟାରେ ୬ରୁ ଉର୍ଦ୍ଧ୍ବ ଆହତ,...

ବସ ଚଳାଚଳ ସମୟକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ : ହଣାକଟାରେ ୬ରୁ ଉର୍ଦ୍ଧ୍ବ ଆହତ, ଦୁଇ ଗୁରୁତର

ମୟୂରଭଞ୍ଜ : ଶାନ୍ତିପ୍ରିୟ ଭାଇଚାରାର ସହର ବାରିପଦା ହେଉଛି ଅଶାନ୍ତ। ବିନା ମେଘରେ ବଜ୍ରପାତ ଭଳି ଘଟଣା ବ୍ୟତିଥ କରିଛି ସହରବାସୀଙ୍କୁ। ତେବେ ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଘରୋଇ ବସଷ୍ଟାଣ୍ଡରେ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗୋଟିଏ ଗୋଷ୍ଠୀ ପକ୍ଷରୁ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଅନ୍ୟଏକ ଗୋଷ୍ଠୀକୁ ଆକ୍ରମଣ କରିଥିବା ଅଭିଯୋଗ। ଫଳରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ବସଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା। ଯାହାକୁନେଇ ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବସ ମାଲିକସଂଘ ଓ ବସ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।
ଏହାପରେ କିଛି ଦୁର୍ବୁତ୍ତମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ବସ ମାଲିକ ମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଯେଉଁଥିରେ ୬ଜଣରୁ ଉର୍ଦ୍ଧ୍ବ ବସ ମାଲିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ବସ ମାଲିକ ତପନ କୁମାର ପୃଷ୍ଟି, ଶିତିକଣ୍ଠ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି। ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି। ଆଜି ଘଟିଯାଇଥିବା ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ବାରିପଦା ବସ ମାଲିକ ସଂଘର ସଭାପତି ସୁନିଲ କୁମାର ଦାଶ କହିଛନ୍ତି। ଏନେଇ ବାରିପଦା ଟାଉନ ଥାନାରେ ବସ ମାଲିକସଂଘ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବସଷ୍ଟାଣ୍ଡ ଘଟଣାସ୍ଥଳରେ ସ୍ଥିତି ଶାନ୍ତ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking