ମୁମ୍ବାଇ : ଦେଶରେ ଅନର୍ କିଲିଂକୁ ନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ବଡ଼ ବୟାନ ଦେଇଛନ୍ତି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଦେଶରେ ପ୍ରେମ ପ୍ରସଙ୍ଗ କିମ୍ବା ପରିବାର ବିରୋଧରେ ଅନ୍ୟ ଜାତିରେ ବିବାହକୁ ନେଇ ପ୍ରତିବର୍ଷ ଶତାଧିକ ଯୁବକ/ଯୁବତୀଙ୍କୁ ହତ୍ୟା କରାଯାଉଛି । କାର୍ଯ୍ୟକ୍ରମରେ ସେ ଏପରି ଯୁବକ/ଯୁବତୀଙ୍କ ପ୍ରତି ଶୋକବ୍ୟକ୍ତ ମଧ୍ୟ କରିଥିଲେ । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ସୋଲି ସୋରାବ୍ଜୀଙ୍କ ୯୦ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ । ଭାଷଣ ଅବସରରେ ସିଜେଆଇ କହିଥିଲେ ନୈତିକତା ଏପରି ଏକ ଅବଧାରଣା, ଯାହା ପ୍ରତି ବ୍ୟକ୍ତି କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । କାର୍ଯ୍ୟକ୍ରମରେ ସେ ୧୯୯୧ର ଏକ ଆର୍ଟିକିଲ୍ର ଉଦାହରଣ ଦେଇଥିଲେ । ୧୯୯୧ରେ ଉତ୍ତର ପ୍ରଦେଶର ଜଣେ ୧୫ ବର୍ଷୀୟା ନାବାଳିକା ତା’ ମାତା-ପିତା ହତ୍ୟା କରିଥିଲେ ।
ଗ୍ରାମବାସୀ ସେହି ଅପରାଧକୁ ସ୍ୱୀକାର ମଧ୍ୟ କରିଥିଲେ । କାରଣ ନାବାଳିକା ସମାଜର ନିୟମ ବିରୋଧରେ ଯାଇଥିଲା । ଏପରି ନିୟମ ଶକ୍ତିଶାଳୀ ଲୋକଙ୍କ ଦ୍ୱାରା କରାଯାଇଥାଏ ଏବଂ ଯାହା ଦୁର୍ବଳ ଗୋଷ୍ଠୀର ଲୋକଙ୍କୁ ପାଳନ କରିବାକୁ ପଡ଼ିଥାଏ । ଯଦିଓ ଏହି ନିୟମ ସେହି ଗୋଷ୍ଠୀର ଲୋକଙ୍କ ପରମ୍ପରାର ବିରୋଧୀ । ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ, ଶକ୍ତିଶାଳୀ ଲୋକମାନେ ଯାହା ସ୍ଥିର କରିଥାନ୍ତି, ତାକୁ ହିଁ ନୈତିକତା ଭାବେ ଧରିନିଆଯାଏ । ଦୁର୍ବଳ ଗୋଷ୍ଠୀ ଲୋକଙ୍କ ଉପରେ ଚାପ ସୃଷ୍ଟି କରାଯାଇଥାଏ ଯେ ସେମାନେ ନିଜର ନିୟମ ମଧ୍ୟ କରିପାରି ନଥାନ୍ତି । କାର୍ଯ୍ୟକ୍ରମ ଅବସରରେ ସିଜେଆଇ କୌଣସି ମାମଲା କୋର୍ଟ ପାଇଁ ଛୋଟ କିମ୍ବା ବଡ଼ ନୁହେଁ । ତେଣିକି ସେ ଜିଲ୍ଲା ନ୍ୟାୟପାଳିକା ହେଉ କି ହାଇକୋର୍ଟ କିମ୍ବା ସୁପ୍ରିମ୍କୋର୍ଟ ବୋଲି ପୁଣିଥରେ ଦୋହରାଇଥିଲେ । ପ୍ରତ୍ୟେକ ମାମଲା କୋର୍ଟ ପାଇଁ ମହତ୍ତ୍ୱପୂର୍ଣ୍ଣ । ଜନତା ନିଜର ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା ପାଇଁ ଅଦାଲତ ଉପରେ ଭରସା କରିଥାନ୍ତି ।