25.1 C
Bhubaneswar
Monday, January 12, 2026
Homeଓଡିଶା୨୦୨୬ ସୁଦ୍ଧା ସହର ହେବ ଗର୍ତ୍ତମୁକ୍ତ: ମୁଖ୍ୟମନ୍ତ୍ରୀ

୨୦୨୬ ସୁଦ୍ଧା ସହର ହେବ ଗର୍ତ୍ତମୁକ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମରେ ସ୍ୱାୟତ୍ତଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ଟି ନୂତନ ଏନଏସି ଏବଂ ୭ଟି ପୌରପାଳିକାର ନାମ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢୀ ମଧ୍ୟ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳର ସମସ୍ୟା ସମାଧାନ ପାଇଁ ନୂଆ ମୂଆ ଯୋଜନା କରାଯାଇଛି । ଲୋକଙ୍କ ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ସହରର ସମସ୍ୟା ନେଇ ଜଣାଇବେ ଜନସାଧାରଣ । ୧୯୨୯କୁ ଫୋନ କରି ସମସ୍ୟା ଜଣାଇପାରିବେ ଜନସାଧାରଣ । ସମସ୍ୟା ସମାଧାନ ନେଇ ମତ ଦେବେ ଅଭିଯୋଗକାରୀ । ସମସ୍ୟା ସମାଧାନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୨୦୨୬ ସୁଦ୍ଧା ସବୁ ସହର ଗର୍ତ୍ତମୁକ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking