ନୂଆଦିଲ୍ଲୀ : ଇଞ୍ଜିନ୍ରେ ସମସ୍ୟା ଥିବାରୁ ନିଆଁ ଲାଗିଯିବା ଆଶଙ୍କାରେ ଆମେକୀୟ ସେନା ପ୍ରାୟ ୪୦୦ ଚିନୁକ୍ ହେଲିକପ୍ଟର୍ର ଉଡ଼ାଣ ଉପରେ ରୋକ୍ ଲଗାଇ ଦେଇଛି । ଇତିମଧ୍ୟରେ ଭାରତ ଏହି ମାମଲାରେ ଆମେରିକାଠାରୁ ରିପୋର୍ଟ ମାଗିଛି । ଚିନୁକ୍ ହେଲିପ୍ଟର ଇଞ୍ଜିନ୍ରେ କିଛି ତ୍ରୁଟି ଥିବା ଆମେରିକୀୟ ସେନା ଅଧିକାରୀ ଆଶଙ୍କାବ୍ୟକ୍ତ କରିଛନ୍ତି । ଜଣେ ସେନା ଅଧିକାରୀ କହିଛନ୍ତି, କେତେକ ହେଲିକପ୍ଟର ଇଞ୍ଜିନ୍ରେ ନିଆଁ ଲାଗିବା ସୂଚନା ମିଳିଥିଲା । ଏହାପରେ ୭୦ଟି ହେଲିକପ୍ଟରର ଯାଞ୍ଚ୍ କରାଯାଇଥିଲା । ଯାଞ୍ଚ୍ପରେ ଚିନୁକ୍ର ପୂରା ଫ୍ଲିଟ୍ର ଫ୍ଲାଇଟ୍ ଅପରେସନ୍ ରୋକିଦିଆଯାଇଛି । ଭାରତୀୟ ବାୟୁସେନା ଚିନୁକ୍ ହେଲିକପ୍ଟରର ଉଡ଼ାଣ ଉପରେ ଲଗାଯାଇଥିବା ରୋକ୍ ଉପରେ ଆମେରିକାଠାରୁ ରିପୋର୍ଟ ମାଗିଛି ।
ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି, ଆମ ପାଖର ୧୫ ଚିନୁକ୍ ହେଲିକପ୍ଟର ରହିଛି । ସବୁଗୁଡ଼ିକ ଅପରେସନ୍ରେ ଭାଗ ନେଉଛନ୍ତି । ଭାରତରେ ଏହାର ଉଡ଼ାଣ ରୋକାଯାଇ ନାହିଁ । ଆମେ ଆମେରିକୀୟ କମ୍ପାନୀ ବୋଇଂକୁ ଭାରତୀୟ ବାୟୁସେନା ଏହାର କାରଣ ପଚାରିଛି । ସେହିପରି ଭାରତୀୟ ବାୟୁସେନାର ଚିନୁକ୍ ଫ୍ଲିଟ୍କୁ କୌଣସି ବିପଦ ରହିଛି କି ବୋଲି ମଧ୍ୟ ପଚରାଯାଇଛି । ଭାରତୀୟ ବାୟୁସେନାର ଚିନୁକ୍ ଫ୍ଲିଟ୍ ଚଣ୍ଡିଗଡ଼ ଏୟାରଫୋର୍ସ ବେସ୍ରେ ମୁତୟନ ଅଛି । ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ୨୦୧୫ ସେପ୍ଟେମ୍ବରରେ ପ୍ରାୟ ୩.୧ ବିଲିୟନ୍ ଡଲାରରେ ୧୫ଟି ଚିନୁକ୍ କିଣିଥିଲା । ଚିନୁକ୍ର ୧୧ ଟନ୍ ଓଜନ ସମେତ ଅସ୍ତ୍ରଶସ୍ତ୍ର ସହ ୪୫ ସୈନିକଙ୍କୁ ନେଇପାରିବାର କ୍ଷମତା ରହିଛି । ଏହାର ରେଞ୍ଜ୍ ୭୪୦ କିମି ହୋଇଥିବା ବେଳେ ପ୍ରତି ଘଣ୍ଟା ସ୍ପିଡ୍ ୩୧୫ କିମି । ୯୮ ଫୁଟ ଲମ୍ବ ଚିନୁକ୍ ହେଲିକପ୍ଟରର ଚଉଡ଼ା ୧୨.୫ ଫୁଟ ହୋଇଥିବା ବେଳେ ଉଚ୍ଚତା ୧୮.୧୧ ଫୁଟ ।