34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭାରତର ବିରୋଧ ସତ୍ତ୍ୱେ ହମ୍ବନଟୋଟାରେ ପହଞ୍ଚିଲା ଚୀନର ଜାସୁସୀ ଜାହାଜ

ଭାରତର ବିରୋଧ ସତ୍ତ୍ୱେ ହମ୍ବନଟୋଟାରେ ପହଞ୍ଚିଲା ଚୀନର ଜାସୁସୀ ଜାହାଜ

କଲମ୍ବୋ: ଭାରତର ବିରୋଧ ସତ୍ତ୍ୱେ ବି ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଲାଗିଲା ଚୀନର ଯାସୁସୀ ଜାହାଜ। ଚୀନ ଜାସୁସୀ ଜାହାଜ ୟୁଆନ ୱାଙ୍ଗ-୫ ସାଟେଲାଇ ସପୋର୍ଟ ଭେସେଲ୍ ହମ୍ବନଟୋଟା ପୋର୍ଟରେ ଆସି ପହଞ୍ଚିଛି। ଏହା ସେପ୍ଟେମ୍ବର ମାସ ପର‌୍ୟ୍ୟନ୍ତ ରହିବ। ତେବେ ଏହି ଜାହାଜ ପହଞ୍ଚିବା ପରେ ଭାରତ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। କାରଣ ଏହି ଜାହାଜ ସାଟେଲାଇଟ୍ ସିଷ୍ଟମ ସମ୍ପନ୍ନ ହୋଇଥିବାରୁ ଏହା ଭାରତ ମହାସାଗର ଉପରେ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାସୁସୀ କରିବ ବୋଲି ଭାରତ ଚିନ୍ତା ବ୍ୟକ୍ତ କରିଥିଲା। ଆମେରିକା ସରକାର ମଧ୍ୟ ସମାନ କଥା କହି ଚିନ୍ତା ବ୍ୟକ୍ତ କରିଥିଲେ। ହେଲେ ଚୀନ ସରକାର ଜାସୁସୀ ଓ ସୁରକ୍ଷା ପ୍ରସଙ୍ଗକୁ ଭିତ୍ତିହୀନ କରିବା ପରେ ଶ୍ରୀଲଙ୍କା ସରକାର ଚୀନ ଚାପରେ ୟୁଆନ ୱାଙ୍ଗ-୫କୁ ହମ୍ବନଟୋଟାରେ ରହିବାକୁ ଅନୁମତି ଦେଇଛି। ଆଉ ଆଜି ସକାଳେ ଏହି ଜାହାଜ ଆସି ହମ୍ବନଟୋଟା ବନ୍ଦରରେ ପହଞ୍ଚିଛି।
ତେବେ ଚୀନର ଏହି ଜାହାଜକୁ ନେଇ ଶ୍ରୀଲଙ୍କାର ସାଂସଦମାନେ ବିରୋଧ କରିଛନ୍ତି। ଶ୍ରୀଲଙ୍କା ତାମିଲ ପ୍ରୋଗ୍ରେସିଭ୍ ଆଲିଆନ୍ସ(ଟିପିଏ) ନେତା ଏବଂ କଲମ୍ବୋରୁ ସାଂସଦ ହୋଇଥିବା ମାନୋ ଗଣେଶନ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି “ ଚୀନର ଜାସୁସୀ ଜାହାଜ ଶ୍ରୀଲଙ୍କାର ଜଳସୀମାରେ ଆସିବା ଭୁଲ୍। ଚୀନ ଆମଠାରୁ ବହୁ ଦୂରରେ। ହେଲେ ଭାରତ ଆମ ଠାରୁ ବହୁତ ପାଖରେ। ତେଣୁ ଭାରତର ଜାତୀୟ ସୁରକ୍ଷା ପ୍ରତି ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଭାରତର ଭାବନା ସ୍ୱାଭାବିକ। ଏହା ବାଦ୍ ଭାରତ ଗୋଟେ ଦେଶ ଯିଏ ଆମର ଖରାପ ସମୟରେ ଆମକୁ ୪ ବିଲିୟନ ଆମେରିକୀୟ ଡଲାର ସହାୟତା ଦେଇଛି।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking