18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଯୁଦ୍ଧରେ ରୁଷକୁ ସହାୟତା କଲେ ଦଣ୍ଡପାଇବ ଚୀନ : ଆମେରିକା

ଯୁଦ୍ଧରେ ରୁଷକୁ ସହାୟତା କଲେ ଦଣ୍ଡପାଇବ ଚୀନ : ଆମେରିକା

ଓ୍ବାସିଂଟନ : ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଚୀନକୁ ଚେତାବନୀ ଶୁଣାଇଛି ଆମେରିକା । ଚୀନ ଯଦି ଏହି ଯୁଦ୍ଧରେ ରୁଷକୁ ସାମରିକ ଓ ଅନ୍ୟ କୌଣସି ଉପାୟରେ ସହାୟତା କରେ ତେବେ ଚୀନକୁ ଉଚିତ ଶାସ୍ତି ଦିଆଯିବ । ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବ୍ଲିନକେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚୀନ ସିଧାସଳଖ ରୁଷକୁ ସହାୟତା କରିବାକୁ ବିଚାର କରୁଥିବା କଥା ଜଣାପଡ଼ିଛି । ଏହା ବେଶ ଚିନ୍ତାର ବିଷୟ । ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ସହ କଥାହେବେ । ଚୀନ ଯଦି ରୁଷକୁ କୌଣସି ପ୍ରକାରେ ସହାୟତା କରେ ତେବେ ସେଥିପାଇଁ ଚୀନ ଦାୟୀ ରହିବ ।

ଚୀନକୁ ତାହାର ମୂଲ୍ୟ ଦେବାକୁ ପଡ଼ିବ । ଚୀନକୁ ସିଧାସଳଖ ଧମକ ଦେବାରେ ବ୍ଲିଙ୍କେନ ହେଉଛନ୍ତି ସବୁଠାରୁ ବରିଷ୍ଠ ଆମେରିକୀୟ ଅଧିକାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷ ସହ ଚୀନର ସ୍ବତନ୍ତ୍ର ବନ୍ଧୁତା ରହିଛି । ଏଣୁ ଏହି ଯୁଦ୍ଧ ବନ୍ଦ ପାଇଁ ପୁଟିନଙ୍କୁ ବୁଝାଇବା ପାଇଁ ଚୀନର ଦାୟିତ୍ବ ମଧ୍ୟ ଅଧିକ । କିନ୍ତୁ ଚୀନ ଏହା ନକରି ତାହାର ବିପରୀତ ଦିଗରେ ଯାଉଛି ଓ ରୁଷର ଆକ୍ରମଣକୁ ନିନ୍ଦା କରିବାକୁ ମନା କରିଦେଇଛି ଓ ଏହା ସହିତ ନିଜକୁ ନିରପେକ୍ଷ ଦର୍ଶାଇବାକୁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking