29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶତାଇୱାନକୁ ସାହାଯ୍ୟ ନକରିବାକୁ ଆମେରିକାକୁ ପୁଣିଥରେ ନିବେଦନ କଲା ଚୀନ୍‌

ତାଇୱାନକୁ ସାହାଯ୍ୟ ନକରିବାକୁ ଆମେରିକାକୁ ପୁଣିଥରେ ନିବେଦନ କଲା ଚୀନ୍‌

ନୂଆଦିଲ୍ଲୀ: ଚୀନ୍ ପୁଣି ଥରେ ତାଇୱାନକୁ ସାହାଯ୍ୟ ନକରିବାକୁ ଆମେରିକାକୁ ନିବେଦନ କରିଛି । ଏଥି ସହ ତାଇୱାନକୁ ଅସ୍ତ୍ରଶସ୍ତ୍ର ନଦେବାକୁ ମଧ୍ୟ ଅନୁରୋଧ କରିଛି । ସୂଚନାଥାଉକି, ଆମେରିକା ବୁଧବାର ଦିନ ତାଇୱାନକୁ ୫ଶହ ମିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରିକୁ ମଞ୍ଜୁରୀ ଦେଇଛି । ଜୋ ବାଇଡେନ ପ୍ରଶାସନ ତାଇୱାନକୁ ଏଫ-୧୬ ଯୁଦ୍ଧ ବିମାନ ତଥା ସମ୍ବନ୍ଧିତ ଉପକରଣ ପାଇଁ ଇନଫ୍ରାରେଡ ସର୍ଚ୍ଚ ଟ୍ରାକିଂ ସିଷ୍ଟମ ଯୋଗାଇବାକୁ ଘୋଷଣା କରିଛି । ଏଭଳି ପରିସ୍ଥିତିରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଝାଙ୍ଗ୍ ଜିଆଓଗାଙ୍ଗ ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ, ତାଇୱାନର ସ୍ୱାଧୀନତାକୁ ସମର୍ଥନ ନକରିବାକୁ ଚୀନ୍ ଆମେରିକା ପକ୍ଷକୁ ଅନୁରୋଧ କରୁଛି ।

ଏହା ସହିତ ତାଇୱାନକୁ ତୁରନ୍ତ ଅସ୍ତ୍ର ଦେବା ବନ୍ଦ କରିବାକୁ ଏବଂ ଆମେରିକା-ତାଇୱାନ ସାମରିକ ସମ୍ପର୍କ ବୃଦ୍ଧି ବନ୍ଦ କରିବାକୁ ଅନୁରୋଧ କରୁଛି । ସେପଟେ ଆମେରିକାର ବୈଦେଶିକ ବିଭାଗ ବୁଧବାର କହିଛି ଯେ, ନୂତନ ଚୁକ୍ତି ଅନୁଯାୟୀ ତାଇୱାନକୁ ୨୦୨୪ ପର୍ଯ୍ୟନ୍ତ ସ୍ପେୟାର ପାର୍ଟ୍ସ, ସଫ୍ଟୱେୟାର, ଏୟାରକ୍ରାଫ୍ଟ ଏବଂ ଗୁଳିଗୋଳା ସାମଗ୍ରୀ ମିଳିବ । ଏହା ସହିତ ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି ତାଇୱାନରେ ରାଜନୈତିକ ସ୍ଥିରତା, ସାମରିକ ସନ୍ତୁଳନ ଏବଂ ଆଂଚଳିକ ଅର୍ଥନୀତିକୁ ବୃଦ୍ଧି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking