ବେଜିଂ : ଚୀନ୍ ପକ୍ଷରୁ ଗୁରୁବାର ଗୋଟିଏ ସିଙ୍ଗଲ ମିଶନ୍ ଜରିଆରେ ୪୧ଟି ଉପଗ୍ରହ ମହାକାଶକୁ ଉତ୍କ୍ଷେପଣ କରାଯାଇଛି । ଏହା ଏକ ରେକର୍ଡ ବୋଲି ଚୀନ୍ର ସମ୍ବାଦ ସରବରାହ ସଂସ୍ଥା ଜିନ୍ହୁଆ ପକ୍ଷରୁ କୁହାଯାଇଛି । ସାଙ୍କ୍ସି ପ୍ରଦେଶର ତାଇୟୁଆନ୍ ସାଟେଲାଇଟ୍ ସେଣ୍ଟରରୁ ୪୧ଟି ଉପଗ୍ରହକୁ ନେଇ ଲଙ୍ଗ୍ ମାର୍ଚ୍ଚ ୨ଡି ରକେଟ ମହାକାଶକୁ ଯାତ୍ରା କରିଥିଲା । ଏଥିମଧ୍ୟରୁ ୩୬ଟି ହେଉଛି ଜିଲିନ୍-୧ ସିରିଜର ରିମୋଟ ସେନ୍ସିଂ ଉପଗ୍ରହ । ଲଙ୍ଗ୍ ମାର୍ଚ୍ଚ ରକେଟ୍ ସିରିଜ୍ର ଏହା ହେଉଛି ୪୭୬ତମ ଉତ୍କ୍ଷେପଣ ଅଭିଯାନ ।