27.1 C
Bhubaneswar
Friday, September 20, 2024
Homeଓଡିଶାମହୁମାଛି ଆକ୍ରମଣରେ ଶିଶୁ ମୃତ

ମହୁମାଛି ଆକ୍ରମଣରେ ଶିଶୁ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ତରଲଙ୍ଗି ଗ୍ରାମର କିଛି ଛୋଟ ଶିଶୁ ଖେଳୁ ଥିବା ସମୟରେ ଜଣଙ୍କ ଘର ଉପରେ ମହୁ ଗୁଡା ଥିବା ଦେଖିବାକୁ ପାଇଥିଲେ। ପରେ ଏହା ଦେଖି ଶିଶୁ ମାନେ ତାହା ଉପରକୁ ଢେଲା ମାଡ କରିଥିଲେ।ଫଳରେ ମହୁ ମାଛି ମାନେ ଇତସ୍ତତଃ ହୋଇ ଆତଙ୍କ ସୃଷ୍ଟି କରିଥିବା ବେଳେ ସେଠାରୁ ବଡ଼ ବଡ଼ ଶିଶୁ ଦୌଡି ପଳାଇଥିଲେ। ହେଲେ ୧ ବର୍ଷର ଶିଶୁ କନ୍ୟା ଯାଇପାରିଲା ନାହିଁ। ଫଳରେ ତାକୁ ମହୁମାଛି ଆକ୍ରମଣ କରିଥିଲା। ପରେ ଘଟଣା ସମ୍ପର୍କରେ ପରିବାର ଲୋକ ଜାଣି ପାରି ଏମ୍ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ପରେ ନିଜ ଗ୍ରାମ ତରଲଙ୍ଗି ଗାଁକୁ ମୃତ ଶିଶୁକୁ ନେଲାପରେ ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking