17.1 C
Bhubaneswar
Monday, November 18, 2024
Homeଓଡିଶା୧୦ ବର୍ଷରେ ୧୮ଗୁଣ ଓଡ଼ିଶାରେ ଶିଶୁ ନିର୍ଯାତନା

୧୦ ବର୍ଷରେ ୧୮ଗୁଣ ଓଡ଼ିଶାରେ ଶିଶୁ ନିର୍ଯାତନା

ଭୁବନେଶ୍ୱର : ଓଡ଼ିଶାରେ ୧୦ବର୍ଷରେ ୧୮ଗୁଣ ଓଡ଼ିଶାରେ ଶିଶୁ ନିର୍ଯାତନା । ୨୦୦୯ରେ ଓଡ଼ିଶାରେ ୮୭ ଶିଶୁ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିଲା । ୨୦୧୯ରେ ଏହା ବୃଦ୍ଧି ପାଇ ୧ ହଜାର ୬୪୮ରେ ପହଞ୍ଚିଛି । ଲୋକସଭାରେ ଏହି ତଥ୍ୟ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥାପନା କରିଛନ୍ତି । ଜାତୀୟ ହାର ତୁଳାନାରେ ଓଡ଼ିଶାରେ ଶିଶୁ ନିର୍ଯାତନା ଅଧିକ ଥିବାରୁ ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପଡିଯାଇଛି । ରାଜ୍ୟରେ ଶିଶୁମାନଙ୍କର ସୁରକ୍ଷା ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୟାଗଡ଼ରେ ପରୀ, ବଡ଼ମାଳରେ ନାବାଳିକାଙ୍କୁ ଗଣବଳାକ୍ରାର ଭଳି ଘଟଣା ରାଜ୍ୟରେ ଶିଶୁନିର୍ଯାତନା ବଢୁଥିବା କଥାକୁ ସୂଚାଉଛି । ଓଡ଼ିଶାରେ ଶିଶୁ ସୁରକ୍ଷା ଆୟୋଗ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଶିଶୁ ନିର୍ଯାତନା ରୋକିବାରେ ସଫଳ ହୋଇପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking