18.1 C
Bhubaneswar
Tuesday, November 26, 2024
Homeଓଡିଶାବନ୍ୟା ପରିସ୍ଥିତିକୁ ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ

ବନ୍ୟା ପରିସ୍ଥିତିକୁ ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ

ଭୁବନେଶ୍ବର:ରାଜ୍ୟରେ ବନ୍ୟା ସ୍ଥିତି ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ଜିଲ୍ଲାପାଳଙ୍କ ସହ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଆଲୋଚନା କରିଛନ୍ତି ।ଏହି ବୈଠକରେ ୧୦ ଜିଲ୍ଲାର ଜିଲ୍ଳାପାଳ  ଯୋଗଦେଇଥିଲେ । ମାଲକାନଗିର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରପଡା, ବରଗଡ, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହି ସବୁ ଜିଲ୍ଳାରେ ଅଧିକ ଲଘୁଚାପ ବର୍ଷା ହୋଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଏବେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀରେ ୫୦ ପ୍ରତିଶତ ପାଣି ଅଛି, ହୀରାଦୁକର ୧୫ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦରେ ଜଳସ୍ତର ୬୧୫ ଦଶମିକ ୭୫ ଫୁଟ ରହିଛି । ସେକେଣ୍ଡରେ ପ୍ରତି ୩ଲକ୍ଷ ୨୭ ହଜାର ଘନଫୁଟ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୩ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢୁଛି । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ଜଳସ୍ତର ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking