28.1 C
Bhubaneswar
Thursday, July 4, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଜି-୨୦ ଅଧ୍ୟକ୍ଷତାକୁ ନେଇ ବୈଠକରେ ହେବେ ସାମିଲ

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଜି-୨୦ ଅଧ୍ୟକ୍ଷତାକୁ ନେଇ ବୈଠକରେ ହେବେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଜି-୨୦ ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସେ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଶ୍ରୀ ପଟ୍ଟନାୟକ ଯୋଗ ଦେବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ଆସନ୍ତା ୬ ତାରିଖରେ ସେ ଭୁବନେଶ୍ୱର ଫେରିବେ । ସୂଚନାଯୋଗ୍ୟ ଯେ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ଭାରତ ଜି-୨୦ର ଅଧ୍ୟକ୍ଷ ରହିବ । ଏହି ଅବଧିରେ ଦେଶର ବିଭିନ୍ନ ସହରର ୨୧୫ଟି ବୈଠକ ଅନୁଷ୍ଠିତ ହେବ ।
ସୂଚନାମୁତାବକ ରବିବାର ସନ୍ଧ୍ୟାରେ ରାଜସ୍ଥାନ ଉଦୟପୁରରେ ପ୍ରଥମ ବୈଠକ ବସିଛି । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ଛୋଟ ଓ ବଡ଼ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଚିହ୍ନଟ କରାଯାଇଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ରହିବ । ଯାହାଦ୍ୱାରା ଭାରତର ଐତିହ୍ୟକୁ ବିଶ୍ୱସମୁଦାୟ ସମ୍ମୁଖରେ ଉପସ୍ଥାପନ କରାଯାଇ ପାରିବ । ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କିର୍ତ୍ତୀରାଜି ସ୍ଥାନରେ ୫ଟି ବୈଠକ ଆୟୋଜିତ ହେବ । ଏହିସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କର ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ପାଞ୍ଚଟି ବୈଠକ ଭିତରୁ ତାଜମହଲ ନିକଟରେ ଦୁଇଟି ବୈଠକ ହେବ ।

ଅନ୍ୟ ସ୍ଥାନରେ ଗୋଟିଏ ଲେଖାଏଁ ବୈଠକ କରାଯିବ । ଭାରତ ଜି-୨୦ ନେତୃତ୍ୱ ନେବା ପରେ ଫ୍ରାନ୍ସ ରାଷ୍ଟପ୍ରତି ଇମାନୁଏଲ ମାକ୍ରନ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା ରହିଛି । ବିଶ୍ୱ ଏକ ପରିବାର ଓ ଏକ ଭବିଷ୍ୟତ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରୁ ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଭାର ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking