ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏହି ସମୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡାରେ ରହିଛି ପ୍ରଚାର କାର୍ଯ୍ୟକ୍ରମ । କୋମନାରେ ରୋଡ୍ ସୋ’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ । ପଞ୍ଚମପୁରରେ ସାଧାରଣ ସଭା କରିବେ ବିଷ୍ଣୁଦେବ । ନୂଆପଡା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ନୂଆପଡା ଗସ୍ତ କରିବେ। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ।










