ଭୁବନେଶ୍ୱର: ଆଜି ପାଳନ ହେଉଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ । ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି ଶିଶୁ ବାଟିକା ପିଲାଙ୍କ ଖଡିଛୁଆଁ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ । ଶିଶୁଙ୍କର ନୂଆ ଆଶା, ଦିଗଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ପାଖରେ ବସି କିଛି ବାର୍ତ୍ତାଳାପ କରିଥିଲେ । ବାପା, ମା ଆମର ପ୍ରଥମ ଗୁରୁ । ଏଣୁ ସେମାନଙ୍କ ସିଲଟରେ ପ୍ରଥମେ ବାପା ମା ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ୬ରୁ ୧୦ ତାରିଖ ଯାଏ ଚାଲିବ ।










