ଭୁବନେଶ୍ବର: ରାଉରକେଲାରେ ବ୍ୟାପିଥିବା ଝାଡାବାନ୍ତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ରାଉରକେଲା CDMO ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଯିବେ ବୋଲି ସୂଚନା ମିଳିଛି ।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ଵହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୁନ୍ଦରଗଡ଼ ଜିଲ୍ଲାପାଳ, RMC କମିଶନର, ୱାଟକୋର ତିନି ଜଣ ଵରିଷ୍ଠ ଅଧିକାରୀ, CDMO, RGHର ଡାକ୍ତର ଓ ବରିଷ୍ଠ ଅଧିକାରୀ ଭିସିରେ ଉପସ୍ଥିତ ଥିଲେ । କିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ଟେଷ୍ଟରୁ କଲେରା ଵାହାରିଛି। ଏହାକୁ କନଫର୍ମ କରିବା ପାଇଁ ଏକ ଟିମ ଗଠନ କରାଯାଇଛି। ଫୁଡ ସେଫଟି ଅଫିସର ଵିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଆଜି ସୁଦ୍ଧା ୧୦୨୫ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଝାଡାବାନ୍ତି ଆକ୍ରାନ୍ତରେ ୫ ଜଣ ମୃତ୍ୟୁ ଵରଣ କରିଛନ୍ତି। ଆଉ ଜଣଙ୍କର ମୃତ୍ୟୁ ଅଡିଟ ରିପୋର୍ଟ ପରେ ଝାଡ଼ାବାନ୍ତିରେ କି ନାହିଁ ଜଣା ପଡିଵ। ଆସନ୍ତା କାଲି ଦୁଇଜଣ ସିନିଅର ଅଫିସର ରାଉରକେଲା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବେ। ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଉରକେଲା ସହରରେ ଝାଡାବାନ୍ତି ନିୟନ୍ତ୍ରଣ ହୋଇଯିଵ। ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ସୂଚନା ଦେଇଛନ୍ତି।