16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶକ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା

କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସୋମବାର, ଏପ୍ରିଲ ୨୮ ତାରିଖରେ ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସେ ତାଙ୍କ ଦାୟିତ୍ୱରେ ବିଫଳ ହୋଇଛନ୍ତି। ଏହି ନୃଶଂସ ଆକ୍ରମଣକୁ ନିନ୍ଦା କରିବା ପାଇଁ ଆହୂତ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ଭାଷଣ ଦେଇ ଅବଦୁଲ୍ଲା କହିଛନ୍ତି ଯେ ଏହି ଦୁଃଖଦ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି।

“ଏହି ଘଟଣା ସମଗ୍ର ଦେଶକୁ ପ୍ରଭାବିତ କରିଥିଲା। ଆମେ ପୂର୍ବରୁ ଏପରି ଅନେକ ଆକ୍ରମଣ ଦେଖିଛୁ… ବୈସାରଣରେ ୨୧ ବର୍ଷ ପରେ ଏତେ ବଡ଼ ଧରଣର ଆକ୍ରମଣ କରାଯାଇଛି,” ଓମାର ଅବଦୁଲ୍ଲା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି “ମୁଁ ମୃତକଙ୍କ ପରିବାରକୁ କିପରି କ୍ଷମା ମାଗିବି ଜାଣି ନଥିଲି… ଆୟୋଜକ ଭାବରେ, ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବରେ ଫେରାଇବା ମୋର କର୍ତ୍ତବ୍ୟ ଥିଲା। ମୁଁ ଏହା କରିପାରିଲି ନାହିଁ। କ୍ଷମା ମାଗିବା ପାଇଁ ମୋ ପାଖରେ ଶବ୍ଦ ନାହିଁ” ।

ଅବଦୁଲ୍ଲା ଆହୁରି କହିଛନ୍ତି, “ମୁଁ ଏହି ମୁହୂର୍ତ୍ତକୁ ରାଜ୍ୟ ମାନ୍ୟତା ଦାବି କରିବା ପାଇଁ ବ୍ୟବହାର କରିବି ନାହିଁ। ପହଲଗାମ ପରେ, ମୁଁ କେଉଁ ମୁହଁରେ ଜମ୍ମୁ ଏବଂ କାଶ୍ମୀରକୁ ରାଜ୍ୟ ମାନ୍ୟତା ମାଗିପାରିବି? ମେରି କ୍ୟା ଇତନି ସସ୍ତି ସିୟାସତ ହେ? ଆମେ ଅତୀତରେ ମଧ୍ୟ ରାଜ୍ୟ ମାନ୍ୟତା ବିଷୟରେ କଥା ହୋଇଛୁ ଏବଂ ଭବିଷ୍ୟତରେ ମଧ୍ୟ କରିବୁ, କିନ୍ତୁ ଯଦି ମୁଁ କେନ୍ଦ୍ର ସରକାରଙ୍କୁ କହିବି ଯେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ଏବେ ମୋତେ ରାଜ୍ୟ ମାନ୍ୟତା ଦିଅ, ତେବେ ଏହା ମୋ ପାଇଁ ଲଜ୍ଜାଜନକ ହେବ।”

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking