ଭୁବନେଶ୍ୱର: ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଆକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ । ଶ୍ରୀ ପାୱାର ଜଣେ ପ୍ରତିଷ୍ଠିତ ରାଜନେତା ଏବଂ ଜଣେ ଉତ୍ସର୍ଗୀକୃତ ସରକାରୀ ସେବକ ଥିଲେ । ଏହି ଗଭୀର ଦୁଃଖର ମୁହୂର୍ତ୍ତରେ ମୁଁ ଶୋକସନ୍ତପ୍ତ ପରିବାର, ସହକର୍ମୀ ଏବଂ ମହାରଷ୍ଟ୍ରର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ସ୍ୱର୍ଗତଃ ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ । ସୂଚନାଥାଉକି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବାରାମତୀ ବିମାନବନ୍ଦରରେ ୮ଟା ୪୫ ମିନିଟ୍ରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ । ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।
विमान दुर्घटना में महाराष्ट्र के उपमुख्यमंत्री श्री अजित पवार जी के असामयिक निधन का समाचार अत्यंत दुःखद एवं मर्माहत करने वाला है।
श्री पवार जी एक प्रखर राजनेता तथा समर्पित जनसेवक थे।
इस गहन शोक की घड़ी में शोकसंतप्त परिजनों, सहयोगियों एवं महाराष्ट्र की जनता के प्रति अपनी… pic.twitter.com/I6ToFtA3Gc— Mohan Charan Majhi (@MohanMOdisha) January 28, 2026










