25.1 C
Bhubaneswar
Thursday, October 24, 2024
Homeଓଡିଶାକେହି ଆତଙ୍କିତ ନହୋଇ ନିର୍ଭୟରେ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

କେହି ଆତଙ୍କିତ ନହୋଇ ନିର୍ଭୟରେ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ଆଜି ଲୋକସେବା ଭବନରେ ବାତ୍ୟା ଦାନାକୁ ନେଇ ସମୀକ୍ଷା ଚାଲିଛି । ଏହି ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ଏବଂ ଏସଆରସିଙ୍କ ସମେତ  ବରିଷ୍ଠ ଅଧିକାରୀ ମାନେ   ଉପସ୍ଥିତ ରହିଥିଲେ । ଏବଂ ବାତ୍ୟାର ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରାଯାଉଛି । ଆଜି ମଧ୍ୟ ରାତ୍ରିରୁ ଲ୍ୟାଣ୍ଡଫଲ ହୋଇପାରେ ବାତ୍ୟା ଦାନା  ା ବାତ୍ୟାକୁ ନେଇ ପ୍ରସ୍ତୁତି କିଭଳି ରହିବ , ରୂପରେଖ କେମିତି ରହିବ ସେସବୁର ସମୀକ୍ଷା ଚାଲିଛି । ବାତ୍ୟାକୁ ନେଇ ଜିରୋ କାଜୁଆଲଟି ଉପରେ ଗୁରୁତ୍ତ୍ୱ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଛି । ଜିନିଷ ପତ୍ର  ସବୁକୁ ନେଇ ଚୋରି କିଭଳି ନହେବ  ଏସବୁ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହୁରି କହିଛନ୍ତି , ମୋଟ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୧୧ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପାଖାପାଖି ୭ ହଜାର ୨୮୫ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ମେଡିକାଲ ଟିମ ଗ୍ରାଉଣ୍ଡରେ ପ୍ରସ୍ତୁତ ଅଛନ୍ତି । ଏହା ସହିତ ୨୩୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ଘର ଜଗିବାକୁ ପାଟ୍ରୋଲିଂର ବ୍ୟବସ୍ଥା ମଧ୍ୟ ରହିଛି । ଆଶ୍ରୟସ୍ଥଳୀରେ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଜି ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେହି ଆତଙ୍କିତ ନହୋଇ ନିର୍ଭୟରେ ରୁହନ୍ତୁ । ବାତ୍ୟା ପାଇଁ ଏକାଧିକ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking