କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ପହଞ୍ଚି ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଶେଷ ଦର୍ଶନ କରି ତାଙ୍କର ଶବ ଶୋଭାଯାତ୍ରାରେ ସାମିଲ ହେଲେ । ନିରଞ୍ଜନ ଶତପଥୀ କେନ୍ଦୁଝର ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟମନ୍ତ୍ରୀଙ୍କର ଅତି ଘନିଷ୍ଠ ସହଯୋଗୀ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କର ଶେଷ ଦର୍ଶନ ପାଇଁ ନିରଞ୍ଜନଙ୍କର ବଡ଼ହଳ ସ୍ଥିତ ବାସଭବନରେ ପହଞ୍ଚିଥିଲେ । ନିରଞ୍ଜନ ଶତପଥୀ ଗତ ୨୫ ବର୍ଷ ଧରି ବିଜେପିରେ ଜଣେ ନିସ୍ଵାର୍ଥପର କର୍ମୀ ଭାବେ ଲୋକମାନଙ୍କର ସେବା ତଥା ସମାଜ ସେବା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅସୁସ୍ଥ ହୋଇ ଭୁବନେଶ୍ଵର ଯାଉଥିବା ବେଳେ, ଅଚାନକ ନିରଞ୍ଜନଙ୍କ ଦେହାନ୍ତ ହୋଇଥିଲା । ଖବର ପାଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ଆସି ନିରଞ୍ଜନଙ୍କର ଶେଷଯାତ୍ରା ରେ ସାମିଲ୍ ହୋଇଥିଲେ ।