ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ବୁଲି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ପଶ୍ଚିମ ଦ୍ୱାର ନିକଟରେ ନିର୍ମାଣ କାର୍ଯ୍ୟ ସମେତ ଶ୍ରୀମନ୍ଦିର କାର୍ଯ୍ୟାଳୟର ନିର୍ମାଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟ ପ୍ରଶାସକ ନିଜେ ନିର୍ମାଣ କାରୀ ସଂସ୍ଥାର ଅଧିକାରୀମାନଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।
ସପ୍ତାହ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଦ୍ୱାର ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀଜଗନ୍ନାଥ ରିସିପସନ ସେଣ୍ଟର , ଶ୍ରୀ ଜଗନ୍ନାଥ ଟେମ୍ପୁଲ ଅଫିସ କାର୍ଯ୍ୟ ଜାରି ରହିଛି ।୧୮ ମାସ ମଧ୍ୟରେ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ପୂର୍ବରୁ ଲକ୍ଷ୍ୟ ରଖାଯାଇଛି ।ଏଥି ନିମନ୍ତେ ପୂର୍ବରୁ ଶୀଳନ୍ୟାସ କାର୍ଯ୍ୟ ସରିଛି । ରାଜ୍ୟ ସେତୁ ଏବଂ ନିର୍ମାଣ ସଂସ୍ଥା ଓବିସିସି ଏହାର ଦାୟୀତ୍ୱ ନେଇଛି । ଆବଶ୍ୟକୀୟ ଜମି ଜିଲା ପ୍ରଶାସନର ହସ୍ତଗତ ହୋଇସାରିଛି । ଏବଂ ବାକି ରହିଥିବା ଉଛେଦ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ।