26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଇଣ୍ଡିଆ ମେଣ୍ଟରେ ଛିଡୁନି ଭାଗବଣ୍ଟା; ଜେଡିୟୁ, ଆରଜେଡି, ଟିଏମ୍‌ସି, ଆପ୍ ନିଜ ଜିଦ୍‌ରେ ଅଟଳ

ଇଣ୍ଡିଆ ମେଣ୍ଟରେ ଛିଡୁନି ଭାଗବଣ୍ଟା; ଜେଡିୟୁ, ଆରଜେଡି, ଟିଏମ୍‌ସି, ଆପ୍ ନିଜ ଜିଦ୍‌ରେ ଅଟଳ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସମୟ ପାଖେଇ ଆସୁଛି । ଏହାକୁ ନେଇ ବିଜେପି ଜୋରସୋରରେ ପ୍ରସ୍ତୁତି ଚଳାଇଛି । ଯଥାର୍ଥ ରଣନୀତି ସହକାରେ ନିଜ ପ୍ରାର୍ଥୀଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ବିଜେପି । ତେବେ ବିଜେପିକୁ କଡ଼ା ଟକ୍କର ଦେବା ଉଦ୍ଦେଶ୍ୟରେ ବିରୋଧୀ ଦଳ ମଧ୍ୟ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ସେମାନଙ୍କ ପ୍ରସ୍ତୁତି ବିଜେପି ତୁଳନାରେ ଫିକା ରହୁଥିବା ଦେଖିବାକୁ ମିଳୁଛି । ସବୁଠୁ ବଡ଼ କଥା ହେଉଛି ବିଜେପିର ବିଜୟ ଯାତ୍ରାକୁ ରୋକିବା ପାଇଁ ଦେଶର ପ୍ରାୟ ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୋଇ ଗଠନ କରିଥିବା ‘ଇଣ୍ଡିଆ ମହାମେଣ୍ଟ’ ମଧ୍ୟ ଏବେ ସୁଦ୍ଧା ସଠିକ୍ ମାର୍ଗକୁ ଆସିପାରୁନାହିଁ । ଆସନ ବୁଝାମଣା ନେଇ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଦଳଗୁଡ଼ିକ ପରସ୍ପର ସହ ସହମତ ହୋଇପାରୁନାହାନ୍ତି । ବାସ୍ତବ କଥା ହେଉଛି କୌଣସି ଦଳ ସାମାନ୍ୟତମ ମଧ୍ୟ ନିଜ ସ୍ୱାର୍ଥହାନୀକୁ ବରଦାସ୍ତ କରୁନାହାନ୍ତି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ଏକଜୁଟ୍ ହୋଇ ଆସନ ବୁଝାମଣା ଉପରେ ଚର୍ଚ୍ଚା କରିଥିଲେ । ଏହାକୁ ଆସନ ବୁଝାମଣା ପରିପ୍ରେକ୍ଷୀରେ ଇଣ୍ଡିଆ ମହାମେଣ୍ଟର ପ୍ରଥମ ବୈଠକ ଭାବେ ଅଭିହିତ କରାଯାଉଥିଲା । କିନ୍ତୁ ଏହା ସଫଳ ହୋଇପାରିନାହିଁ । ବୈଠକ ଅଧାରୁ ଉଠି ପଳାଇଯାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ସିଦ୍ ଓ ସନ୍ଦୀପ ଦୀକ୍ଷିତ୍ । ଅନ୍ୟପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଦଳ ଜେଡିୟୁ ମଧ୍ୟ ୧୭ଟି ଆସନ ପାଇଁ ଦାବି କରିଥିବା ଜଣାପଡିଛି । ସେହିପରି ବିହାରରେ ଆଉ ୧୭ଟି ଆସନରେ ଆରଜେଡି ନିଜ ପ୍ରାର୍ଥୀ ଦେବାକୁ ଚାହୁଁଛି । ଏହାକୁ ନେଇ କଂଗ୍ରେସ ସହ ଆରଜେଡି ଓ ଜେଡିୟୁ ଆସନ ବୁଝାମଣା ସମ୍ଭବ ହୋଇପାରିନାହିଁ । କଂଗ୍ରେସ ପକ୍ଷରୁ ଉଭୟ ଦଳଙ୍କୁ ୧୫-୧୫ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନୀତିଶ କିମ୍ବା ତେଜସ୍ୱୀ ଯାଦବଙ୍କ ଦଳ ଏହାକୁ ଗ୍ରହଣ କରିନାହାନ୍ତି । ଏହାପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ୪୦ ଲୋକସଭା ଆସନ ଦାବି କରୁଥିବାରୁ କଂଗ୍ରେସ ସହ ଏମାନଙ୍କର କୌଣସି ସ୍ପଷ୍ଟ ବୁଝାମଣା ଚୂଡାନ୍ତ ହୋଇପାରିନାହିଁ । ପଶ୍ଚିମବଙ୍ଗରେ ମୋଟ୍ ୪୨ଟି ଲୋକସଭା ଆସନ ରହିଥିବା ବେଳେ ମମତା ଏଥିମଧ୍ୟରୁ କଂଗ୍ରେସକୁ ମାତ୍ର ୨ଟି ଆସନ ଛାଡିବାକୁ ରାଜି ହୋଇଛନ୍ତି । ବାକି ୪୦ ଆସନରେ ତାଙ୍କ ଦଳ ଟିଏମ୍‌ସି ପ୍ରାର୍ଥୀ ଦେବ ବୋଲି ସେ ଜିଦ୍ ଧରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ କିନ୍ତୁ ପଶ୍ଚିମବଙ୍ଗରେ ଅତିକମ୍‌ରେ ୧୦ଟି ଲୋକସଭା ଆସନରେ ପ୍ରାର୍ଥୀଦେବାକୁ କହୁଛି । ଯାହାଦ୍ୱାରା ଟିଏମ୍‌ସି ସହ କଂଗ୍ରେସର ଆଲୋଚନା ସଫଳ ହୋଇପାରିନାହିଁ ।

ସେହିପରି ଅରବିନ୍ଦ କେଜରିୱାଲ୍‌ଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଓ କଂଗ୍ରେସ ମଧ୍ୟରେ ଆଜି ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଆପ୍‌ର ଜିଦ୍ ଯୋଗୁ କଥାବାର୍ତ୍ତା ସଫଳ ହୋଇନଥିବା ଜଣାପଡିଛି । ଆପ୍ ପଞ୍ଜାବରେ କୌଣସି ଲୋକସଭା ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ କରିଛି । ଏତଦ୍‌ବ୍ୟତୀତ ଦିଲ୍ଲୀ, ଗୁଜରାଟ, ହରିଆଣା ଏବଂ ଗୋଆ ପାଇଁ ମଧ୍ୟ କଂଗ୍ରେସ-ଆପ୍ ମଧ୍ୟରେ ସହମତି ହୋଇପାରିନାହିଁ । ଦିଲ୍ଲୀରେ କଂଗ୍ରେସକୁ ମାତ୍ର ୩ଟି ଲୋକସଭା ଆସନ ଛାଡିବାକୁ ଆପ୍ ପ୍ରସ୍ତୁତ ଥିବା ବେଳେ କଂଗ୍ରେସ ଏତେ କମ୍ ସଂଖ୍ୟକ ଆସନ ନେବାକୁ ରାଜି ହେଉନାହିଁ । ତେବେ ମହାରାଷ୍ଟ୍ରରେ ଇଣ୍ଡିଆ ମହାମେଣ୍ଟ ପାଇଁ ସାମାନ୍ୟ ଆଶା ସଞ୍ଚାର ହୋଇଛି । ମହାରାଷ୍ଟ୍ରରେ ମୋଟ୍ ୪୮ଟି ଲୋକସଭା ଆସନ ରହିଥିବା ବେଳେ ଏଥିମଧ୍ୟରୁ ୨୦ଟି ଆସନରେ କଂଗ୍ରେସ, ଅନ୍ୟ ୨୦ଟି ଆସନରେ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ୬ଟି ଆସନରେ ଶରଦ ପାୱାରଙ୍କ ଦଳ ଏନ୍‌ସିପି ଏବଂ ବାକି ୨ଟି ଆସନରେ ବଞ୍ôଚତ ବହୁଜନ ଅଗାଡ଼ି ଦଳ ପ୍ରାର୍ଥୀ ଦେବା ନେଇ ସମ୍ଭାବ୍ୟ ସହମତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking