ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟି ସଦସ୍ୟଭାବେ ମନୋନୀତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କର ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଚଳିତମାସ ୧୮ରେ କଂଗ୍ରେସର ରାଜ୍ୟସଭା ସାଂସଦ ପି.ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କ ସ୍ଥାନରେ ଚିଦମ୍ବରମଙ୍କୁ ଷ୍ଟାଣ୍ଡିଂ କମିଟିରେ ସାମିଲ କରାଯାଇଛି ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି କମିଟି ବର୍ତ୍ତମାନ ତିନିଟି ବିଲ୍ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ ଉପରେ ତର୍ଜମା କରୁଛି । ଭାରତୀୟ ପିଙ୍ଗଳ କୋଡ୍, ଫୌଜଦାରୀ ଦଣ୍ଡବିଧି ଆଇନ ଏବଂ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯାଇ ସେହି ସ୍ଥାନରେ ଉପରୋକ୍ତ ବିଲ୍କୁ ଆଇନରେ ପରିଣତ କରାଯିବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅଗଷ୍ଟ ୧୧ରେ ଏହି ତିନିଟି ବିଲ୍କୁ ଲୋକସଭାରେ ଆଗତ କରିସାରିଛନ୍ତି ।