ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଝଟକା । ମେ ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟ। ଏଣିକି ଆପଣ ଖାଇବାକୁ ପସନ୍ଦ କରୁଥିବା ଛେନା, ପନିର ଓ ଖୁଆର ଦାମ୍ ବଢିବ । ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଓମଫେଡ଼ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହେବା ଫଳରେ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମଧ୍ଯ ଦର ବଢିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ।
ପନିର କିଲୋପିଛା ୩୦ ଟଙ୍କା ବଢି ୨୫୫ ଟଙ୍କା ହେବ । ସେହିପରି କଞ୍ଚା ଖୁଆ କିଲୋ ପିଛା ୬୦ ଟଙ୍କା ବଢି ୩୨୦ ଟଙ୍କା ହେବ । ଛେନା କେଜି ପୂର୍ବରୁ ୧୭୫ ଟଙ୍କା ରହିଥିବା ବେଳେ ବର୍ଦ୍ଧିତ ଦାମ୍ ଅନୁସାରେ ଛେନାର ପାଇକାରୀ ଦର କିଲୋ ପିଛା ୨୦ ଟଙ୍କା ବଢିବ ଅର୍ଥାତ୍ ଏହାର ଦର ବଢି ୧୯୫ ଟଙ୍କା ହେବ, ତେବେ ଏନେଇ ସଂଘର ସମ୍ପାଦକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି । କଟକରୁ ସମ୍ବଲପୁର ରେଢାଖୋଲ, ଅନୁଗୁଳ, ଢେଙ୍କାନାଳ ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ରପ୍ତାନୀ କରାଯାଉଥିବା ସ୍ଥାନରେ ଏହି ଅନୁପାତରେ ଦର ବଢବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।