ଚେନ୍ନାଇ: ତାମିଲନାଡୁରେ କୋଭିଡ୍ର ଦୈନିକ ସଂକ୍ରମଣ କ୍ରମଶଃ ବଢିଚାଲିଛି । ରାଜଧାନୀ ଚେନ୍ନାଇରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ପ୍ରଶାସନ ପକ୍ଷରୁ ପୁଣି କୋଭିଡ୍ କଟକଣାକୁ କଡାକଡି କରାଯାଇଛି ।
ମ୍ୟୁନସିପାଲ କର୍ପୋରେସନ ପକ୍ଷରୁ ଚେନ୍ନାଇରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଅମାନ୍ୟକାରୀଙ୍କ ବିରୋଧରେ ୫୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି କୁହାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ ବିଦେଶ ଫେରନ୍ତାଙ୍କ ସମେତ ୨୬୬୨ ଜଣ କୋଭିଡ୍ ସଂକ୍ରମିତ ଜଣାପଡିବାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।