21.1 C
Bhubaneswar
Sunday, November 24, 2024
Homeଓଡିଶାଘରକୁ ଘର ବୁଲି ଟିକା ନେଇନଥିବା ବ୍ୟକ୍ତିଙ୍କୁ ଯାଞ୍ଚ

ଘରକୁ ଘର ବୁଲି ଟିକା ନେଇନଥିବା ବ୍ୟକ୍ତିଙ୍କୁ ଯାଞ୍ଚ

ବ୍ରହ୍ମପୁର:  କୋଭିଡ ସଂକ୍ରମଣ ପୁର୍ବାପେକ୍ଷା ରାଜ୍ୟରେ ଯଥେଷ୍ଟ ଭାବେ କମିଛି । ତଥାପି ଏହାର ମୂଳ ଉତ୍ପାଟନ କରିବା ପାଇଁ ସମସ୍ତ ଜନସ।।ଧାରଣ ଯେଭଳି ଭାବେ ଦୁଇଟି କୋଭିଡ ଟିକା ଗ୍ରହଣ କରିବେ ସେ ନେଇ ଯାଞ୍ଚ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟ,କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ରହିଛି । ତେଣୁ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ର‌୍ୟ କର୍ମଚାରୀ, ଆଶା, ଅଙ୍ଗନବାଡ଼ିମାନେ ଘରକୁ ଘର ବୁଲି ଟିକାଗ୍ରହଣକାରୀମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ସୂଚନାଯୋଗ୍ୟ ଯେ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ଶତ ପ୍ରତିଶତ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫଳରେ କରୋନା ସଂକ୍ରମଣକୁ ସଂପୁର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ସମ୍ଭବ ହେବ ବୋଲି କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ଜନସାଧାରଣ ନିଜ ଆଡ଼ୁ ସ୍ୱାସ୍ଥ୍ୟ କମୀମାନଙ୍କୁ ସହଯୋଗ କରିବାକୁ ସରକାର ଆହ୍ୱାନ ଦେଇଛନ୍ତି । ସ୍ୱାସ୍ଥ୍ୟବିଭାଗର ସୂଚନା ଅନୁଯାୟୀ, ଏଯାବତ୍ ଗଞ୍ଜାମ ଜିଲ୍ଲାରେ ମୋଟ ୨୧,୬୧,୨୪୪ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ସେହିଭଳି ମୋଟ ୧୭,୧୩,୦୦୮ ଜଣଙ୍କୁ  ଦ୍ୱିତୀୟ ଡୋଜ ଟିକା ଦିଆସରିଛି । ଅବଶିଷ୍ଟ ପ୍ରାୟ ୩ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବା ବାକି ରହିଛି । କେଉଁ ବ୍ୟକ୍ତିମାନେ ଦ୍ୱିତୀୟ ଡୋଜରୁ ବାଦ ପଡ଼ିଛନ୍ତି ସେ ନେଇ ତଥ୍ୟ ସଂଗ୍ରହ ଆରମ୍ଭ ହୋଇିଛି । ଉଲ୍ଲେଖଯୋଗ୍ୟ ଯେ ଏଯାବତ ବ୍ରହ୍ମୁପୁର ମହାନଗର ନିଗମ ଅଞ୍ଚଳରେ ଧାର୍ଯ୍ୟ ଟିକାଦାନର ୧୦୨ ପ୍ରତିଶତ ହାସଲ କରାଯାଇଛି ।

ସେହିଭଳି ଜିଲ୍ଳାର ଅନ୍ୟ ଅଞ୍ଚଳ ମଧ୍ୟରୁ କେବଳ ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ ଧାର୍ଯ୍ୟ ଲକ୍ଷ୍ୟର ୧୦୬ ପ୍ରତିଶତ ସଫଳତା ହାସଲ ହୋଇଛି। ସଂପ୍ରତି ଘରକୁ ଘର ବୁଲି ଟିକା ନେଇନଥିବା ବ୍ୟକ୍ତିଙ୍କ ସୂଚନା ମିଳିବା ପରେ ସେମାନଙ୍କୁ ତୁରନ୍ତ ଟିକା ନେବାକୁ ଅନୁରୋଧ କରାଯିବ । ଏହା ବ୍ୟତୀତ ବିଭିନ୍ନ କାରଣରୁ ଟିକା ଗ୍ରହଣ କେନ୍ଦ୍ରକୁ ଯାଇପାରିନଥିବା ବରିଷ୍ଠ,ଦିବ୍ୟାଙ୍ଗ ମାନଙ୍କୁ,ଗୃହିଣୀ ମାନଙ୍କୁ ମଧ୍ୟ ଘରେ ରହି ଟିକା ଦେବାକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଶିଶୁମାନଙ୍କୁ ଏଯାବତ୍ ଟିକା ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଭିଭାବକ ମାନେ ଉଦବେଗ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking