18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକନ୍ନଡ ସଂଖ୍ୟା ପଢିନପାରି ଚେକ୍ ଡିଜ୍‌ଅନର: ଏସ୍‌ବିଆଇକୁ ୮୫ ହଜାର ଜୋରିମାନା

କନ୍ନଡ ସଂଖ୍ୟା ପଢିନପାରି ଚେକ୍ ଡିଜ୍‌ଅନର: ଏସ୍‌ବିଆଇକୁ ୮୫ ହଜାର ଜୋରିମାନା

ବେଙ୍ଗାଲୁରୁ : ଆଞ୍ଚଳିକ କନ୍ନଡ ଭାଷାରେ ଲେଖାଯାଇଥିବା ସଂଖ୍ୟାକୁ ଭୁଲ ପଢି ଚେକ୍ ଫେରାଇ ଦେଇଥିବାରୁ (ଡିଜ୍‌ଅନର) ଖାଉଟୀ ଅଦାଲତ ପକ୍ଷରୁ କର୍ଣ୍ଣାଟକର ହାଲିୟାଲ ସହରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ଉପରେ ୮୫,୧୭୭ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଜଣେ ଉପଭୋକ୍ତା ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ୬୦୦୦ ଟଙ୍କାର ଏକ ଏସ୍‌ବିଆଇ ଚେକ୍ ହୁବ୍‌ଲି ଇଲେକ୍ଟ୍ରିସିଟି କମ୍ପାନୀକୁ ଦେଇଥିଲେ । ତେବେ ଚେକ୍‌ରେ ସବୁ କିଛି କନ୍ନଡ ଭାଷାରେ ଲେଖାଯାଇଥିଲା । ତେବେ କ୍ଲିୟରାନ୍ସ ପାଇଁ ଯାଇଥିବାବେଳେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀ କନ୍ନଡ ଭାଷାରେ ଲେଖାଯାଇଥିବା ‘୬’ ସଂଖ୍ୟାକୁ ‘୯’ ବୋଲି ଭାବିନେବା ସହ ଚେକ୍‌ଟିକୁ ଡିଜ୍‌ଅନର କରିଦେଇଥିଲେ । ସଂପୃକ୍ତ ଗ୍ରାହକ ଖାଉଟୀ ଅଦାଲତ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking