31.1 C
Bhubaneswar
Thursday, July 4, 2024
Homeଅପରାଧଧୋକା ଦେଲା ଫେସବୁକ ପ୍ରେମିକ: ଯୁବତୀଙ୍କୁ ପାଟନା ଡକାଇ ଦୁଷ୍କର୍ମ ଓ ମାଡ଼

ଧୋକା ଦେଲା ଫେସବୁକ ପ୍ରେମିକ: ଯୁବତୀଙ୍କୁ ପାଟନା ଡକାଇ ଦୁଷ୍କର୍ମ ଓ ମାଡ଼

କଟକ: ଫେସବୁକରେ କାହାକୁ ପ୍ରେମ କରୁଛନ୍ତି କି । ତେବେ ହୋଇଯାଆନ୍ତୁ ସାବଧାନ ! ନଚେତ୍ କେତେବେଳେ ଆପଣ ଫସିଯିବେ ତାହା ନିଜେ ବି ଜାଣି ପାରିବେନି । ବର୍ତ୍ତମାନ ସମାଜରେ ଅନେକ ଯୁବକ ଯୁବତୀ ଫେସବୁକ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ଆଉ ପରେ ସବୁ କିଛି ହରାଇବାକୁ ପଡିଥାଏ । ଏକଥା ବାରମ୍ବାର କୁହାଯାଉଥିଲେ ବି ଯୁବପିଢ଼ି ସଚେତନ ହେଉନାହାନ୍ତି । ଯାହାର କୁପ୍ରଭାବ ଏବେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି । ଯେତେବେଳେ ନେଡି ଗୁଡ଼ କହୁଣିକୁ ବୋହିଯାଏ, ସେତେବେଳେ ଅଭିଯୋଗ କରୁଛନ୍ତି ଯୁବକ ଯୁବତୀ । ଏପରି କିଛି ଘଟଣା ଘଟିଛି କଟକର ଜଣେ ଯୁବତୀଙ୍କ କ୍ଷେତ୍ରରେ । ଏହି ଅଭିଯୋଗର ସତ୍ୟାସତ୍ୟକୁ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ ।

ଯଦିଓ ଏପରି ଫସିଥିବା ଯୁବତୀ ଜଣକ ଥାନାରେ ଉପସ୍ଥିତ ହୋଇ ଅଭିଯୋଗ କରିନାହାନ୍ତି, ତେବେ ସ୍ପିଡ଼ ପୋଷ୍ଟ ଜରିଆରେ ନିଜର ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଯୁବତୀ ଜଣକ ଅଭିଯୋଗ କରିଥିଲେ ବି ତାଙ୍କର କୌଣସି ଠିକଣା ଦେଇନାହାନ୍ତି କି ନିଜର ଫୋନ ନମ୍ବର ସଠିକ ଦେଇନାହାନ୍ତି । ଯେଉଁଥିପାଇଁ ତଦନ୍ତରେ ସମସ୍ୟା ସୃଷ୍ଟି ହେଉଥିବା କଟକ ଡିସିପି କହିଛନ୍ତି । ଫେସବୁକରୁ ପ୍ରଥମେ ପରିଚୟ ଆରମ୍ଭ ହେଲା । ସମ୍ପର୍କ ବି ବଢ଼ିଲା । ଉଭୟ ପରସ୍ପରକୁ ନିଜର ଅନ୍ତରଙ୍ଗ ଫଟୋ ଓ ଭିଡିଓ ପଠାଇବା ଆରମ୍ଭ କରିଦେଲେ । ତା’ ପରେ ଏହି ଅନ୍ତରଙ୍ଗ ଫଟୋ, ଭିଡ଼ିଓକୁ ଅସ୍ତ୍ର କରି ବ୍ଲାକମେଲ କରିବା ଆରମ୍ଭ କଲା ଯୁବକ । ଶେଷରେ ବାରମ୍ବାର ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇ ଜୀବନ ବଞ୍ଚାଇ ପଳାଇ ଆସିଲେ ଯୁବତୀ । କଟକ ସହରର ଜଣେ ଯୁବତୀଙ୍କ ସହିତ ଘଟିଛି ଏଭଳି ଅମାନୁଷିକ ଘଟଣା । ବିହାରର ପାଟନାରେ ଏକ ଘରେ ତାଙ୍କୁ ମାଡ଼ ମାରିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ ।

ସେ ସ୍ପିଡ଼ ପୋଷ୍ଟ କରି କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ଗୁରୁତ୍ୱ ଦେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଯୁବତୀ ଜଣକ ସ୍ପିଡ଼ ପୋଷ୍ଟରେ କରିଥିବା ଅଭିଯୋଗ ଅନୁଯାୟୀ, କିଛି ବର୍ଷ ତଳେ ଫେସବୁକରେ ମୁଜାଫରପୁର ଅଞ୍ଚଳର ଜଣେ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା । ସୋସିଆଲ ମିଡିଆରେ ଉଭୟଙ୍କ ଭିତରେ ନିବିଡ଼ତା ବଢିଥିଲା । ଏହାପରେ ସଂପୃକ୍ତ ଯୁବକ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ । ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଯୁବତୀଙ୍କୁ ପାଟନା ଯିବାକୁ ବାଧ୍ୟ କରିଥିଲେ । ଯୁବତୀ ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଗତ ୨୦୨୨ ମସିହା ଜୁନ ମାସରେ କଟକରୁ ପାଟନା ଯାଇଥିଲେ । ପାଟନାରେ ପହଞ୍ଚିବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଘରେ ବନ୍ଦ କରି ନିଶା ଦେଇ କିଛି ଦିନ ବାରମ୍ବାର ଦୁଷ୍କର୍ମ କରିଥିଲେ । ବିରୋଧ କଲେ ମାଡ଼ ମାରୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ଏହାପରେ ଯୁବତୀ ଜଣକ ସେଠାରୁ ଖସି ଆସି ଏକ ରେଳ ଷ୍ଟେସନରେ ପହଞ୍ଚିବା ପରେ କଟକ ଫେରିବାକୁ ସକ୍ଷମ ହୋଇଥିଲେ । ଯୁବତୀ ସ୍ପିଡ଼ ପୋଷ୍ଟ ଜରିଆରେ କରିଥିବା ଲିଖିତ ଅଭିଯୋଗକୁ ପୋଲିସ ଏତଲା ଭାବରେ ଗ୍ରହଣ କରି ଗତ ୧୬ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking