29.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶସ୍ୱାମୀକୁ ଧୋକା ଦେଇ ଭଣଜା ସହ ମାଇଁ ଫେରାର

ସ୍ୱାମୀକୁ ଧୋକା ଦେଇ ଭଣଜା ସହ ମାଇଁ ଫେରାର

ନୂଆଦିଲ୍ଲୀ : ବହରାଇଚରୁ ଏକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ସ୍ୱାମୀକୁ ଧୋକା ଦେଇ ଭଣଜା ସହ ପରକ୍ରିୟା ପ୍ରିତି ଚଲାଉ ଥିଲେ । କଏବଳ ଏହା ହିଁ ନୁହେଁ ସେ ନିଜର ୩ଟି ପିଲାଙ୍କୁ ଏବଂ ସ୍ୱାମୀକୁ ଛାଡି ଭଣଜା ସହ ମୁମ୍ବାଇ ପଳାଇଛନ୍ତି । ସ୍ୱାମୀ ଏହି କଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ସ୍ୱାମୀ ଜଣକ ପିଲାଙ୍କୁ ବିସ୍କୁଟରେ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଏହି ମାମଲାଟି ରାଣୀପୁର ଅଞ୍ଚଳ ଅର୍ନ୍ତଗତ ନିଜାମପୁର ଗାଁର ଅଟେ । ସେଠାକାର ବାସିନ୍ଦା ଶ୍ରମିକ ଧରାମ ଚାନ୍ଦ ତାଙ୍କ ପତ୍ନୀ ଓ ତିନି ପିଲାଙ୍କ ସହ ଏଠାରେ ରହୁଥିଲେ । ଧରାମ ଚାନ୍ଦ ପ୍ରାୟତଃ ଶ୍ରମିକ କାମରେ ଘରୁ ବାହାରେ ରହୁଥିଲେ । ଏହା ମଧ୍ୟରେ ଚାନ୍ଦଙ୍କ ସ୍ତ୍ରୀର ଭଣଜା ସହ ପରକ୍ରିୟା ଚାଲିଲା । ଚାନ୍ଦଙ୍କ ସ୍ତ୍ରୀ ୧୫ ଦିନ ପୂର୍ବରୁ ନିରୀହ ଛୁଆଙ୍କୁ ଓ ସ୍ୱାମୀଙ୍କୁ ଛାଡି ଭଣଜା ସହ ମୁମ୍ବାଇ ଫେରାର ହୋଇଗଲା ।

ଏହା ଜାଣିବା ପରେ ଚାନ୍ଦଙ୍କୁ ଏକ ବହୁତ ବଡ଼ ଝଟକା ଲାଗିଥିଲା । ସେ କିଛି ଦିନ ପର୍ଯ୍ୟନ୍ତ ନିରବୀ ରହିଲେ । ଏହି ସବୁ ପରିସ୍ଥିତି ସହ ସେ ସାମ୍ନା ନକରି ପାରି, ପିଲାଙ୍କୁ ପାଖକୁ ଡାକିଥିଲେ । ସେମାନଙ୍କୁ ବିସ୍କୁଟରେ ବିଷ ମିଶାଇ ଦେଇଥିଲେ । ବିସ୍କୁଟକୁ ଖାଇବା ପରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପିଲାଙ୍କୁ ବିଷ ଦେଇ ସେ ନିଜେ ବିଷ ଖାଇ ଦେଇଥିଲେ । ଚାନ୍ଦ ପିଲାଙ୍କୁ ମାରି ନିଜେ ନରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେତେବେଳେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା ସେତେବେଳେ ସେମାନେ ଚିତ୍କାର କରିବାକୁ ଲାଗିଲେ । ପିଲାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକ ଘରକୁ ଆସିଲେ, ସେଠାରୁ ପିଲାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ଚିକିତ୍ସା ସମୟରେ ଧରମ ଚାନ୍ଦଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏବେବି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking